Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କର୍ଣ୍ଣାଟକ, କେରଳ, ଗୋଆରେ ତାଣ୍ଡବ ପରେ ଗୁଜୁରାଟ ମୁହାଁ “ତଉକତେ”: ମୁମ୍ୱାଇରେ ବର୍ଷା, ଏଯାଏଁ ଗଲାଣି ୮ ଜୀବନ

17/05/2021 at 9:03 AM

ନୂଆଦିଲ୍ଲୀ ୧୭/୫ : ଦେଶର ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡିକରେ ବାତ୍ୟା ତଉକତେ ତାର ପ୍ରଭାବ ଦେଖାଇଛି । କେରଳ, କର୍ଣ୍ଣାଟକ ଏବଂ ଗୋଆରେ ତାଣ୍ଡବ ପରେ ଏବେ ବାତ୍ୟା ଗୁଜୁରାଟ ଆଡକୁ ଗତି କରୁଛି । ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୮ଜଣଙ୍କ ମୃତ୍ୟୁ ହେବା ସହ ଅନେକ ସଂଖ୍ୟାରେ ଗଛ ଉପୁଡିପଡିଛି । ଏପରିକି କିଛି ସ୍ଥାନରେ ଘର ଉପରେ ଗଛ ମଧ୍ୟ ପଡିରହିଥିବା ଦେଖିବାକୁ ମିଳିଛି । ଏପଟେ ଆଜି ଓ ଆସନ୍ତାକାଲି ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର ।

ତେବେ ବିପର୍ଯ୍ୟୟର ମୁକାବିଲା ପାଇଁ NDRF ର ୫୦ଟି ଟିମ୍ ନିୟୋଜିତ ହୋଇଛନ୍ତି । ଗୁଜୁରାଟର କଛରେ ବାତ୍ୟାର କରାଳ ରୂପ ନେଇ ଆଗୁଆ ସତର୍କ ରହିଛି ପ୍ରଶାସନ । ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ମେ ୧୭ ଅର୍ଥା ଆଜି ସନ୍ଧ୍ୟା କିମ୍ବା ୧୮ କାଲି ସକାଳେ ଏହା ଉପକୂଳ ଦେଇ ଗତି କରିବ । ଆସନ୍ତା ୨୪ ଅତି ଗୁରୁତ୍ୱପୂର୍ଣ୍ଣ ଓ ଭୟଙ୍କର ବୋଲି ଚେତାଇ ଦେଇଛି ପାଣିପାଗ ବିଭାଗ । କାଲି ସକାଳ ସୁଦ୍ଧା, ଏହି ଘୂର୍ଣ୍ଣିବଳୟ ଗୁଜୁରାଟ ଉପକୂଳ ଦେଇ ପୋରବନ୍ଦର ଏବଂ ମହୁବା ମଧ୍ୟରେ ଗତିକରିବ ବୋଲି ଅନୁମାନ କରାଯାଉଛି ।

   Related Posts