Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭୀଷଣ ଘୂର୍ଣ୍ଣିଝଡ଼ର ରୂପ ନେଲା ସାମୁଦ୍ରିକ ବାତ୍ୟା ‘ତୌତେ’, ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ମୁହାଁଇଛି ଗୁଜରାଟ

16/05/2021 at 4:46 PM

ନୂଆଦିଲ୍ଲୀ ୧୬।୫: ପୂର୍ବ-କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌତେ ରବିବାର ଘୂର୍ଣ୍ଣି ଝଡର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ କରିଛନ୍ତି।  ପ୍ରତି ଘଣ୍ଟା ୧୩ କିଲୋମିଟର ବେଗରେ ଅଗ୍ରସର ହେଉଥିବା ବାତ୍ୟା ଯୋଗୁ ଏବେ ପବନ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ର ବେଗରେ ବହୁ ଥିବାବେଳେ ସ୍ଥଳ ବିଶେଷରେ ୧୪୦ କିଲୋମିଟରକୁ ଛୁଉଁଛି।

ବାତ୍ୟା ଏବେ ଗୁଜରାଟକୁ ମୁହାଁଇଥିବା ବେଳେ ୧୭ ମେ ସନ୍ଧ୍ୟା ସୁଧା ଉପକୂଳ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି। ୧୮ ମେ ସକାଳେ ପୋର ବନ୍ଦର ଓ ଭାବାନଗର ଜିଲ୍ଲା ମଉବା ଦେଇ ଭୂ-ଭାଗକୁ ପ୍ରବେଶ କରିବ। ବାତ୍ୟା ଯେତିକି ଭୀଷଣ ରୂପ ଧାରଣ କରୁଛି ସେହି ଅନୁସାରେ ଆଇଏମଡି ସତର୍କତା ମଧ୍ୟ ବଢାଇବାରେ ଲାଗିଛନ୍ତି। ଗୁଜରାଟ ସମେତ ଦମନ ଓ ଡ୍ୟୁ ଲାଗି ଏବେ ଏଲୋ ଆଲର୍ଟ ଜାରି ହୋଇଛି।

skymet weather

ଆଇଏମଡି ୱାର୍ଣ୍ଣି ଡିପାର୍ଟମେଣ୍ଟ ଅନୁସାରେ ମେ ୧୮ ତାରିଖ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟାପ୍ରତି ୧୫୦-୧୬୦ କିଲୋମିଟର ବହିପାରେ । କେତେକ ସ୍ଥଳରେ ଏହା ୧୭୫ କିଲୋମିଟର ବେଗ ମଧ୍ୟ ଧରିବ ବୋଲି ଆଶଙ୍କା କରାଯାଇଛି।  ଆଇଏମଡିଙ୍କ ସୂଚନା ଅନୁସାରେ ଦକ୍ଷିଣ ମହାରାଷ୍ଟ୍ର ଓ ଏହା ସଲଗ୍ନ ଗୋଆଓ କର୍ଣ୍ଣାଟକ ଉପକୂଳରେ ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର କେତେକ ସ୍ଥଳେ  ୯୦ କିଲୋମିଟର ବେଗରେ ବହିପାରେ। ତେବେ ୧୭ ଓ ୧୮ ମଇ ସକାଳେ ମହାରାଷ୍ଟ୍ର ଉପକୂଳରେ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ଓ କେତେକ କ୍ଷେତ୍ରରେ ୮୫ କିଲୋମିଟର ବେଗ ନେଇପାରେ। ତେବେ ଗୁଜରାଟ ଉପକୂଳ (ପୋରବନ୍ଦର, ଜୁନାଗଡ, ଗିର ସୋମନାଥ ଓଅମରୋଲୀ ସମେତ ପାଖ ଆଖ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୧୫୦-୧୬୦ ଓ ସ୍ଥଳ ବିଶେଷରେ ୧୭୫ କିଲୋମିଟରକୁ ଛୁଇଁପାରେ।

   Related Posts