ଥାଇଲ୍ୟାଣ୍ଡରେ ଭୟଙ୍କର ବିପର୍ଯ୍ୟୟ ଘଟାଇବା ପରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ପାବୁକ’ ଏବେ ଆଣ୍ଡାମାନ ମୁହାଁ : ୮ ତାରିଖରେ ଓଡିଶାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | January 05, 2019 IST

ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ପାବୁକ’ ଏବେ ଆଣ୍ଡାମାନ ମୁହାଁ । ଆସନ୍ତାକାଲି ଏହା ଆଣ୍ଡାମାନ ନିକୋର ଦ୍ବୀପପୁଞ୍ଜ ଅତିକ୍ରମ କରିବ। ଏହାର ପ୍ରଭାବରେ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ସେଠାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ସମୁଦ୍ର ସହ ବଙ୍ଗୋପସାଗରରେ ମଧ୍ୟ ସମୁଦ୍ର ଅଶାନ୍ତ ରହିବ। ସାଇକ୍ଲୋନ ପାବୁକ ପ୍ରଭାବରେ ଆମ ରାଜ୍ୟରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ସତର୍କ ରହିବାକୁ ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାଜ୍ୟରେ ଥଣ୍ଡାର ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି।…

{"id":70766}

ଥାଇଲ୍ୟାଣ୍ଡରେ ଭୟଙ୍କର ବିପର୍ଯ୍ୟୟ ଘଟାଇବା ପରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପାବୁକ ଏବେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅଭିମୁଖେ ମାଡ଼ିଆସୁଛି । ଆସନ୍ତାକାଲି ଏକା ଆଣ୍ଡାମାନ ଅତିକ୍ରମ କରିବା ସହ ସୋମବାର ସୁଦ୍ଧା ପୂର୍ବ-ମଧ୍ୟ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାର ଅତିକ୍ରମ କରିବ । ଏହାର ପ୍ରଭାବରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ପାଇଁ ୟେଲୋ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।  ପାବୁକ ପ୍ରଭାବରେ ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।  ବିଶେଷ କରି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

{"id":70767}

ଏପଟେ ରାଜ୍ୟରେ ଥଣ୍ଡା ସ୍ଥିତିରେ ସୁଧାର ଆସୁଛି। ଫୁଲବାଣୀକୁ ଛାଡ଼ି ଅନ୍ୟ ସମସ୍ତ ସହରରେ ରାତିର ତାପମାତ୍ରା ୮ ଡିଗ୍ରୀ ସେଲସିୟସ ପାଖାପାଖି ରହୁଛି। ଉତ୍ତର ଓ ଉପକୂଳ ଓଡ଼ିଶାରେ ସ୍ଥିତି ସ୍ବାଭାବିକ  ସ୍ତରକୁ ଆସିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ବି ଥଣ୍ଡା ଲାଗିରହିଛି । ଏଭଳି ଥଣ୍ଡା ଆହୁରି ୩ ଦିନ ଧରି ଲାଗିରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ

{"id":70768}

ସେପଟେ ଶୀତରେ ଥରୁଛି ଉତ୍ତର ଭାରତ। ପ୍ରବଳ ଥଣ୍ଡାପାଇଁ ଶ୍ରୀନଗରରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ମାତ୍ରାରେ ତୁଷାର ପାତ ହେଉଛି। ସାଧାରଣ ଜନଜୀବନ ଠପ୍ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.