୨୩ ତାରିଖରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟର ପ୍ରଭାବ ପଡିବନି ଓଡିଶାରେ, ୨୭ରୁ ଶୀତ

Published By : Prameya-News7 Bureau | October 20, 2018 IST

ଭୁବନେଶ୍ବର ୨୦|୧୦: ଆସନ୍ତା ୨୩ ତାରିଖରେ ଗଲ୍ଫ ଅଫ ଥାଇଲାଣ୍ଡରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ପାଣିପାଗ ବିଭାଗ ପକ୍ଷରୁ ଏଭଳି ଘୁର୍ଣ୍ଣିବଳୟ ସୃଷ୍ଟି ବୋ ନେଇ ପୂର୍ବାନୁମାନ କରାଯାଇଛି । ତେବେ ଏହାର ସେଭଳି କିଛି ପ୍ରଭାବ ଭାରତ ଉପ​‌ରେ ପଡିବ ନାହିଁ । ଉତ୍ତର ଆଣ୍ଡାମାନ ସାଗରରେ ବର୍ଷା ହେବ ବୋଲି ସୋଆ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍ ଏନଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ୍ ବିଭାଗର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି । ସେପଟେ ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହେବ । ଉତ୍ତର ଦିଗରୁ ପବନ ବହିବା ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ ଶୀତରୁ ପ୍ରକୋପ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.