ଭୀଷଣ ଘୂର୍ଣ୍ଣିବାତ୍ୟାର ରୂପ ନେଉଛି ‘ଶାହିନ୍’, ଦକ୍ଷିଣ ପାକିସ୍ତାନ ଲାଗି ବଢିଲା ବିପଦ

Published By : Prameya-News7 Bureau | October 01, 2021 IST

ମୁମ୍ବାଇ ୧।୧୦: ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଶୁକ୍ରବାର ସକାଳେ ଘୂର୍ଣ୍ଣିବାତ୍ୟା ‘ଶାହିନ୍‌’ରେ ପରିଣତ ହୋଇଛି। ସନ୍ଧ୍ୟାସୁଦ୍ଧା ଏହା ଆହୁରି ଘନିଭୂତ ହୋଇ ‘ସିବିୟର ସାଇକ୍ଲୋନିକ ସର୍କଲ’ରେ ପରିଣତ ହେବାକୁ ଯାଉଥିବା ବେଳେ ଏହା ଉପକୂଳରୁ ଦୂରେଇଯାଉଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚିତ କରିଛନ୍ତି। ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଲଙ୍କ ଅନୁସାରେ ଏହା ଏବେ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆରବ ସାଗର ମଝାମଝି ଅଞ୍ଚଳରେ ପହଞ୍ଚିସାରିଲାଣି।

{"id":520619,"width":841,"height":841,"sizeSlug":"full","linkDestination":"none"}

ଶାହିନ ଯୋଗୁ ଭାରତୀୟ ତଟ ପ୍ରତି ସେପରି କୌଣସି ବିପଦର ଆଶଙ୍କା ନଥିବା ଏବେ ଆଇଏମଡି ଆକଳନ କରୁଥିବା ବେଳେ ଏହା ଦକ୍ଷିଣ ପାକିସ୍ତାନର ମାକରନ ଉପକୂଳ ଆଡକୁ ମୁହାଁଇଛି। ଆଗାମୀ ୩୬ ଘଣ୍ଟାରେ ଏହା ଆହୁରି ଶକ୍ତିଶାଳୀ ହୋଇ ଉପକୂଳରେ ମାଡ଼ ହେବ। ଆଇଏମଡିଙ୍କ ଅନୁସାରେ ଆଗାମା ୧୨ ଘଣ୍ଟାରେ ଭେରିସିବିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଯାହା ଓମାନ ଉପସାଗରରେ ପ୍ରବେଶ କରିବା ସହ ଓମାନ ଉପକୂଳରେ ପହଞ୍ଚିବ।

{"id":520620,"width":841,"height":631,"sizeSlug":"full","linkDestination":"none"}

ତେବେ ଓମାନ ଉପକୂଳରେ ପହଞ୍ଚିବା ବେଳକୁ ଏହା ଦୁର୍ବଳ ହୋଇସାରିଥିବା ବୋଲି ଆଇଏମଡି ଆକଳନ କରୁଛନ୍ତି। ସାଇକ୍ଲୋନିକ ଷ୍ଟର୍ମ ଶାହିନ କିଛି ସମୟ ପୂର୍ବରୁ ଓଡ଼ିଶା ଉପକୂଳ ଦେଇ ଭୂ-ଭାଗକୁ ପ୍ରବେଶ କରିଥିବା ସାଇକ୍ଲୋନିକ ଷ୍ଟର୍ମ ‘ଗୁଲାବ’ର ଶେଷ ଅଂଶ। ଏହା ମ୍ୟାଁମାର ଉପକୂଳରେ ଉଠିଥିଲା। ଦକ୍ଷିଣ ଓଡିଶା, ଉତ୍ତର ଆନ୍ଧ୍ରପ୍ରେଶ ଓ ତେଲେଙ୍ଗାନରେ ଝଡ଼ ବର୍ଷା କରି ଏହା ଆଗକୁ ବଢିଯାଇଥିଲା। ଏହା ଏବେ ଆରବ ସାଗରରେ ପଡିଥିବା ବେଳେ ଅଧିକ ସକ୍ରିୟ ହୋଇ ଆଗକୁ ଗତି କରୁଛି।

{"id":520633,"width":838,"height":469,"sizeSlug":"full","linkDestination":"none"}

ଭାରତୀୟ ପାଣିପାଗ ଇତିହାସରେ ଗୁଲାବ ଏକ ବିରଳ ଉଦାହରଣ ସୃଷ୍ଟି କରିଛି। ପୂର୍ବ ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ପଶ୍ଚିମଦିଗରେ ଗତି କରି ପଶ୍ଚିମ ଉପକୂଳରେ ପହଞ୍ଚିବା ସହ ପୁଣି ସକ୍ରିୟ ହୋଇ ଆଗକୁ ଗତି କରୁଛି। ଏହା ଉତ୍ପତି କାଳରେ ଯେତିକି ଶକ୍ତିଶାଳୀ ଥିଲା କ୍ରମେ ତାହା ଦୁର୍ବଳ ହେବା ବଦଳେ ଆହୁରି ଶକ୍ତିଶାଳୀ ହୋଇ ଆଗକୁ ଗତି କରିବା ପାଣିପାଗ ବିଜ୍ଞାନୀଙ୍କୁ ଚକିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.