ତାଣ୍ଡବ ରଚାଇଛି ସାମୁଦ୍ରିକ ଝଡ଼ 'ଗଜ'; ଏବେ ସୁଦ୍ଧା ୨୦ମୃତ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ରାଜ୍ୟ ସରକାର

Published By : Prameya-News7 Bureau | November 16, 2018 IST

ଚେନ୍ନାଇ ୧୬/୧୧ : ଗଜର ତାଣ୍ଡବ । ତାମିଲନାଡୁ ଉପକୂଳରେ ତାଣ୍ଡବ ରଚାଇଛି ସାମୁଦ୍ରିକ ଝଡ଼ ' ଗଜ '। ସିଭିଅର ସାଇକ୍ଲୋନ୍ ଗଜ ଯୋଗୁଁ ଏବେ ସୁଦ୍ଧା ୨୦ ଜଣ ପ୍ରାଣ ହରାଇଲେଣି । ଗଜର ସର୍ବାଧିକ ପ୍ରଭାବ ପଡିଛି ପଡିଛି ନାଗପଟ୍ଟିନମରେ ଆଜି ସକାଳେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ମଧ୍ୟରେ ଅତିକ୍ରମ କରିଛି ଗଜ । ପ୍ରଭାବରେ ତାମିଲନାଡୁ ଓ କେରଳରେ ପ୍ରବଳ ବର୍ଷା ପବନ ହୋଇଛି । ତାମିଲନାଡୁ ଉପକୂଳରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ଗଜ ତାଣ୍ଡବ ରଚାଇଛି । ଦେଖନ୍ତୁ ଏହି ଦୃଶ୍ୟ, ବିଭତ୍ସ, ପ୍ରକୃତିର ତାଣ୍ଡବଲୀଳାର ଦୃଶ୍ୟ  । ଆଜି ଭୋର୍‌ ସାଢେ ୩ଟାରେ ତାମିଲନାଡୁର ନାଗପଟ୍ଟିନମଠାରେ ସ୍ଥଳ ଭାଗ ଛୁଇଁଥିଲା ଗଜ । ଲ୍ୟାଣ୍ଡଫଲ୍ ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିଲୋମିଟର ଥିଲା । ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା । ଫଳରେ ରାଜ୍ୟର ନାଗା ପଟ୍ଟିନମ. କୁଡ୍ଡାଲୋର, ଥୋଣ୍ଡି ଓ ପାମ୍ବାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡବଡ ଗଛ ଉୁପୁଡ଼ି ପଡ଼ିଛି । ରାସ୍ତା ଅବରୋଧ ହୋଇଯାଇଛି ।  ଅନେକ ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ପାଖାପାଖି ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି, ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍କୁଲ ଏବଂ କଲେଜ ବନ୍ଦ କରାଯାଇଛି।  ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି। ଏନଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀଙ୍କ ସହ କଥା ହୋଇଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ଗଜ ସ୍ଥଳଭାଗରେ ହିଟ୍‌ କରିବା ପରେ ଏହା ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ହୋଇ କ୍ରମଶ ଦୁର୍ବଳ ହେବ।ଏବେ ଏହା କେରଳ ଅଭିମୁଖେ ଅଗ୍ରସର ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.