ଗତିପଥ ବଦଳାଇଲା ଫନି : ଜଗତସିଂହପୁର ଜିଲ୍ଲାରେ କରିପାରେ ଲ୍ୟାଣ୍ଡଫଲ

Published By : Prameya-News7 Bureau | May 01, 2019 IST

ଭୁବନେଶ୍ୱର ୧/୫ : ବଦଳିପାରେ ଫନିର ଗତିପଥ | ପୁରୀ ବଦଳରେ ଫନି ଜଗତସିଂହପୁରରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଧିକ ବୋଲି ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଟିଏସଆର ଓ ଜେଡବ୍ଲୁଟିସି ପକ୍ଷରୁ ସୂଚନା ମିଳିଛି | ସିଭିୟର ସାଇକ୍ଲୋନର ରୂପ ନେବାପରେ ଫନି ଏବେ ପୁରୀ ଠାରୁ ୬୨୦ କି:ମି ଦୂରରେ ରହିଛି | ଆସନ୍ତା ୩ ତାରିଖ ଅପରାହ୍ନରେ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ଫନି ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି | ତେବେ ପୁରୀ ବାଲୁଖଣ୍ଡରେ ଫନି ଲ୍ୟାଣ୍ଡଫଲ କରିବବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଆସୁଥିଲା | ତେବେ ଫନି ତାର ଗତିପଥ ବଦଳାଉଥିବାରୁ ଏହା ଏବେ ପୁରୀକୁ ନ ଛୁଇଁ ଜଗତସିଂହପୁର ଜିଲ୍ଲାରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ଅଧିକ ବୋଲି ପୂର୍ବାନୁମାନ କରାଯାଇଛି | ତେବେ ଯେକୌଣସି ମୁହୂର୍ତ୍ତରେ ଫନି ପୁଣି ତାର ଗତିପଥ ପରିବର୍ତ୍ତନ କରିବା ଆଶଙ୍କା ରହିଛି |


ଜଗତସିଂହପୁରରେ ଫନି ଲ୍ୟାଣ୍ଡଫଲ କରିବବୋଲି ପୂର୍ବାନୁମାନ ପରେ ଜିଲ୍ଲାରେ ଆତଙ୍କ ଖେଳିଯାଇଛି | ୧୯୯୯ ମସିହାର ମହାବାତ୍ୟା ଘଟଣା ପୁଣି ଲୋକଙ୍କ ମନରେ ତାଜା ହେବାରେ ଲାଗିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.