Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ବଙ୍ଗୋପ ସାଗରରେ ଘୂର୍ଣ୍ଣି ବଳୟ ଦାନା ବାନ୍ଧୁଛି : ୪ ଦିନ ପରେ ଆସିପାରେ ଲଘୁଚାପ

12/05/2020 at 5:40 PM

ଭୁବନେଶ୍ବର୧୨/୫: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ସୁମାତ୍ରା ଉପକୂଳ ଅଞ୍ଚଳରେ ଥିବା ଘୂର୍ଣ୍ଣି ବଳୟ ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଟ୍ରପୋସ୍ପିୟରର ମଧ୍ୟ-ଭାଗ ପର୍ଯ୍ୟନ୍ତ ଲମ୍ବିଛି | ଏହି ଘୂର୍ଣ୍ଣି- ବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର  ଏବଂ ତାର   ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି | ଏହି ଲଘୁଚାପ ବଳୟ ସୃଷ୍ଟିର ପରବର୍ତ୍ତୀ  ୪୮ ଘଣ୍ଟା ପରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି |

ବର୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର , ନିକୋବର ଦ୍ବୀପ ପୁଞ୍ଜ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କିଛି କିଛି ଅଞ୍ଚଳକୁ ୧୬ ମେ ବେଳକୁ “ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ” ପ୍ରବେଶ ପାଇଁ ଅନୁକୂଳ ସ୍ତିତି ରହିଛି |

ଗତ ୨୪ ଘଣ୍ଟାରେ ଗଂଜାମ, ଗଜପତି, କୋରାପୁଟ, ନୟାଗଡ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା ଏବଂ କନ୍ଧମାଳ   ଜିଲ୍ଲାର ଗୋଟେରୁ ଦୁଇଟି ସ୍ଥାନରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ଅନୁଭୂତ ହୋଇଯାଇଛି | ଟିଟିଲାଗଡ ଏବଂ ତାଳଚେର ଠାରେ ସର୍ବାଧିକ ୪୧.୦ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି |

ପାଣିପାଗର ଆକଳନ

ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, ଦେବଗଡ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ମାଲକାନଗିରି ପ୍ରଭୁତି ଜିଲ୍ଲା ଗୁଡିକ ରେ କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମାଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି, ଏବଂ ତା ସହିତ ଓଡିଶା ର ଅନ୍ୟାନ ଜିଲ୍ଲା ଗୁଡିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ସ୍ୱଳ୍ପ ରୁ ମାଧ୍ୟମ ଧରଣ ର ବର୍ଷା ର ସମ୍ଭାବନା ରହିଛି |

ୟେଲୋ ଵାର୍ଣ୍ଣିଙ୍ଗ

ସୁନ୍ଦରଗଡ, ଦେବଗଡ, ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁର  ଏବଂ ବାଲେଶ୍ୱର ଜିଲ୍ଲା ଗୁଡିକରେ  ଗୋଟିଏରୁ ଦୁଇଟି ସ୍ଥାନରେ ଆଜି  ବିଜୁଳି ଘଡଘଡି ସହିତ ବର୍ଷା ର ସମ୍ଭାବନା ରହିଛି 

 ତାପମାତ୍ରା

ଆଗାମୀ ୪ ରୁ ୫ ଦିନ ମଧ୍ୟରେ  ଜିଲ୍ଲା ଗୁଡିକରେ ଦିନର  ସ୍ୱାଭାବିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ର ସମ୍ଭାବନା ନାହିଁ |

   Related Posts