Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବାତ୍ୟା ନାଁ ‘ପବନ’- ଆରବ ସାଗରରେ ଦାନା ବାନ୍ଧୁଛି ୨ଟି ଝଡ

5/12/2019 at 9:42 PM

ନୂଆଦିଲ୍ଲୀ ୦୫।୧୨- ଆରବ ସାଗରରେ ଦାନା ବାନ୍ଧୁଛି ୨ଟି ଝଡ । ଆରବ ସାଗରରେ ସୃଷ୍ଟି ହୋଇଥିବା ୨ଟି ଗଭୀର ଅବପାତ ଭିତରୁ ଗୋଟିଏ ସାମୁଦ୍ରିକ ବାତ୍ୟାର ରୂପ ନେଇ ସାରିଛି । ଏହି ସାମୁଦ୍ରିକ ବାତ୍ୟାର ନାଁ ରହିଛି ‘ପବନ’ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ‘ପବନ’ ସୋମାଲିଆ ଉପକୂଳ ଆଡକୁ ମୁହାଁଇବ ।

ଏବେ ଏହା ସୋମାଲିଆ ଉପକୂଳଠାରୁ ୩୦୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ସାମୁଦ୍ରିକ ବାତ୍ୟା ପବନ ସୋମାଲିଆ ରାଜଧାନୀ ମୋଗାଡିସୁଠାରୁ ୨ଶହ କିଲୋମିଟର ଦୂରରେ ଆସନ୍ତା ୭ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି ।

ତେବେ ଏହ ସେତେବେଳକୁ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ସାରିଥିବ । ଭାରତ ଉପକୂଳରେ ଏହାର କୌଣସି ପ୍ରଭାବ ପଡିବନି । ସେପଟେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଛି ଗଭୀର ଅବପାତ । ଏହା ଏବେ ମୁମ୍ବାଇଠାରୁ ୬୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।ଆସନ୍ତା ୧୨ଘଣ୍ଟା ଭିତରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଲଘୁଚାପରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରାଯାଉଛି ।

   Related Posts