Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ‘ୟସ୍‌’ ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ, ଅଧିକାରୀଙ୍କୁ ଦେଲେ ଏମିତି ନିର୍ଦ୍ଦେଶ

23/05/2021 at 4:38 PM

ନୂଆଦିଲ୍ଲୀ ୨୩/୫: ବାତ୍ୟା ୟସ୍‌ ମୁକାବିକଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ଏଥିରେ ଅନେକ ମନ୍ତ୍ରୀ ଏବଂ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ। ଏହି ବୈଠକରେ ପିଏମ ମୋଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟରତ ଲୋକମାନଙ୍କୁ ଶୀଘ୍ର ସ୍ଥାନାନ୍ତର ଉପରେ ଜୋର ଦେଇଛନ୍ତି । ବାତ୍ୟା ପୂର୍ବରୁ ୪୬ ଏନଡିଆରଏଫ ଟିମ୍‌ ମୁତୟନ ହୋଇଥିବା ମୋଦୀ କହିଛନ୍ତି।

ରବିବାର ୧୩ଟି ଟିମ୍‌କୁ ଏୟାରଲିଫ୍ଟ କରାଯାଉଛି। ବାତ୍ୟା ମୁକାବିଲା ପାଇଁ କୋଷ୍ଟ ଗାର୍ଡ ସଜାଗ ଥିବା ବେଳେ ନୌସେନା ସମେତ ଉଦ୍ଧାର କାର୍ଯ୍ୟ ପାଇଁ ଜାହାଜ, ହେଲିକପ୍ଟର ମୁତୟନ କରାଯାଇଛି ବୋଲି ପିଏମଓ ପକ୍ଷରୁ କୁହାଯାଇଛି। ଏହା ସହ ବିଦ୍ୟୁତ ସରବରାହ ଏବଂ ଟେଲିଫୋନ୍‌ ନେଟଓ୍ବାର୍କ କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।  

ସେପଟେ ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ୨୬ ମେ’ରେ ‘ୟସ୍‌’ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ମାଡ଼ କରିପାରେ। ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ୨୬ ମେ’ ସନ୍ଧ୍ୟା ସୁଦ୍ଧା ବାତ୍ୟା ଦୁଇ ରାଜ୍ୟ ଏବଂ ପଡ଼ୋଶୀ ଦେଶ ଉପକୂଳ ପାର କରିବ। ଏହି ସମୟରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ୨୬ ମେ’ ଦ୍ବିପ୍ରହରରେ ପବନର ଗତି ୯୦ରୁ ୧୦୦ କିମି ପ୍ରତି ଘଣ୍ଟା ରହିପାରେ। ଭାରତୀୟ ନୌସେନା ନିଜର ଜାହାଜ ଏବଂ ବିମାନକୁ ପ୍ରସ୍ତୁତ ରଖିଛି । ଯାହା ଦ୍ବାରା ବାତ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ଦିଆଯାଇପାରିବ ବୋଲି ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି।    

   Related Posts