Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମାଡି ଆସୁଛି ବାତ୍ୟା ‘ୟାସ୍’: ୨୫ ରୁ ୨୭ ଭୀଷଣ ବର୍ଷା, ୪ ମିଟର ଉଚ୍ଚରେ ଉଠିବ ଜୁଆର ! ନିରାପଦ ସ୍ଥାନକୁ ଲୋକଙ୍କ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଜୋରଦାର

24/05/2021 at 5:41 PM

ଭୁବନେଶ୍ଵର ୨୪।୦୫: ବିକଟାଳ ରୂପ ଧାରଣ କରି ଆସୁଛି ସାମୁଦ୍ରିକ ଝଡ ୟାସ୍। ଏହା ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ଵର ପାଖାପାଖି ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୮୫ କିମି ବେଗରେ ବହିବ। ଆଜି ବାତ୍ୟା ରୂପ ଧାରଣ କରିଥିବା ୟାସ୍ ଆସନ୍ତା ୧୨ ଘଣ୍ଟାରେ ଅତି ଭୀଷଣ ରୂପ ଧାରଣ କରିବ। ଏହାରି ପ୍ରଭାବରେ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ବାତ୍ୟା ପ୍ରସ୍ତୁତି ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ସୂଚନା ଦେଇଛନ୍ତି।

ବାତ୍ୟା ଚାନ୍ଦିପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ଏସଆରସି କହିଛନ୍ତି। ଏହି ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ବେଗରେ ବହିପାରେ। ବେଳେ ବେଳେ ଝଟକା ଲାଗି ୧୮୫ କିମି ବେଗରେ ପବନ ବହିବ। ଏହି ସମୟରେ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହ ଜିଲ୍ଲାରେ ବ୍ୟାତାର ପ୍ରଭାବ ଅଧିକ ପଡିପାରେ। ଚାରି ଜିଲ୍ଲା ପାଇଁ ହାଇଆଲର୍ଟ ଜାରି କରାଯାଇଛି। ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ବାତ୍ୟା ପ୍ରଭାବରେ ଆସନ୍ତା ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବିଶେଷ କରି ଉତ୍ତର ଓଡିଶାର ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହେବେ। ବାଲେଶ୍ଵର ଜିଲ୍ଲାରେ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବ। ପାରଦୀପରୁ ଧାମରା ପର୍ଯ୍ୟନ୍ତ ୨ ରୁ ୩ ମିଟର ଉଚ୍ଚରେ ଜୁଆର ଉଠିବ। ବାତ୍ୟା ପ୍ରଭାବରେ କାଲିଠୁ ବର୍ଷା  ବଢିବା ସହ ସନ୍ଧ୍ୟାରୁ ପବନର ବେଗ  ବଢିବ ବୋଲି ଏସଆରଏସି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭଦ୍ରକ-ବାଲେଶ୍ୱର ଲ୍ୟାଣ୍ଡଫଲକୁ ନେଇ ଆମେ ସତର୍କତା ଅବଲମ୍ବନ କରିଛୁ। ଆସନ୍ତାକାଲି ଠାରୁ ବର୍ଷା ସନ୍ଧ୍ୟାରେ ପବନ ବେଗ ବଢ଼ିବ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଉଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି। କାଲି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଆଜିଠାରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ମାସ୍କ ଦିଆଯିବାର ବ୍ୟବସ୍ଥା କରାଯାଇଛି। ରନ୍ଧା ଖାଦ୍ୟ ସହ ଛତୁଆ ଓ ବିସ୍କୁଟ ଖାଇବାକୁ ଦିଆଯିବ। ବାତ୍ୟା ବେଳେ ବାହାରକୁ ନବାହାରିବାକୁ ଏସଆରସି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛନ୍ତି।

ବାତ୍ୟାରେ ସତର୍କ ରହିବାକୁ ଏସଆରସି  ଲୋକଙ୍କୁ ଅପିଲ୍ କରିଛନ୍ତି। ବାତ୍ୟା ପବନ କମିବା ମାତ୍ରେ କିଛି ଲୋକ ଜେନେରେଟ ଲଗାଇଥାନ୍ତି। ଏହା ଦ୍ଵାରା ବ୍ୟାକ କରେଣ୍ଟ ଯାଏ ଏବଂ ଏଥିରେ ବିଦ୍ୟୁତ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ କୌଣସି ଲୋକ ଜେନେରେଟର ନଲଗାନ୍ତୁ ନାହିଁ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଜେନେରେଟର ଲଗାନ୍ତୁ ନାହିଁ ବୋଲି ଏସଆରସି କହିଛନ୍ତି।

ଜିଲ୍ଲାମାନଙ୍କରେ ପ୍ରସ୍ତୁତି ଠିକ୍ ଚାଲିଛି। ୧୨ ହଜାର ବିଦ୍ୟୁତ୍ କମର୍ଚାରୀଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା  ୨୨ଟି ଏନଡିଆରଏଫ, ୫୨ଟି ଓଡ୍ରାଫ୍ ଓ ୧୨୫ ଫାୟାର ଟିମ୍ ଜିଲ୍ଲାଗୁଡ଼ିକୁ ପଠାଯାଇଛି। ବାଦ୍ ରାଜ୍ୟରେ ଆଉ ୩୦ଟି ଏନଡିଆରଏଫ ଟିମ ମୁତୟନ କରାଯିବ।  ପାଟନାରୁ ଦୁଇଟି ଓ ବିଜୟୱାଡ଼ାରୁ ୬ଟି ଦଳ ଏବଂ ଆଉ ୨୨ଟି ବିମାନ ଯୋଗେ ଉଦ୍ଧାରକାରୀ ଟିମ ବିଭିନ୍ନ ସ୍ଥାନରୁ ଆସୁଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ସେମାନଙ୍କୁ ସବୁ ଜିଲ୍ଲାରେ ମୁତୟନ କରାଯିବ ବୋଲି ଏସଆରସି କହିଛନ୍ତି।

ପୂର୍ତ୍ତ ବିଭାଗ, ଜଳସମ୍ପଦ ବିଭାଗର ଏବଂ ଗ୍ରାମ୍ୟଉନ୍ନୟନ ବିଭାଗର ଚିଫ୍ ଇଞ୍ଜିନୟର ଏବଂ ସିନିୟର ସୁପରିଟେଣ୍ଡିଂ ଇଞ୍ଜିନୟରମାନଙ୍କୁ ମୁତୟନ କରାଯାଇଛି। ୩୫ଟି ଗଛ କଟାଳି ଦଳ ପଠାଯାଇଛି। ଏବେ ଫରେଷ୍ଟ ଡିପାର୍ଟମେଣ୍ଟ  ସହିତ ଆଲୋଚନା ହୋଇଛି।. ସେମାନେ ଆଉ ୬୦-୭୦ ଗଛ କଟାଳି ଦଳ ଦେବେ ତାଙ୍କୁ ମଧ୍ୟ ମୁତୟନ କରାଯିବ  ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ତା ସହିତ ପୂର୍ତ୍ତ ବିଭାଗର ୧୬୫ଟି ଇଞ୍ଜିନିୟରିଂ ଦଳ, ଗ୍ରାମ୍ୟଉନ୍ନୟନ ବିଭାଗ ୩୧୩ଟି ଦଳ ଓ ଦଳସମ୍ପଦ ବିଭାଗ ପାଖାପାକି ୧୦୦ଟି ଦଳ ଗଠନ କରିଛନ୍ତି। ଏହି ଦଳରେ ଜଣେ ଇଞ୍ଜିନିୟର ରହିବେ କିଛି ଶ୍ରମିକ, ଜେସିବି, ହାଇୱା, ଟ୍ରାକ୍ଟର, କଟିଂ ଟୁଲ୍ ଓ କେତେକ ଜାଗାରେ ଛୋଟ ଛୋଟ ଜେନେରେଟର ରଖାଯିବ। ଏହି ଟିମ୍ ଜିଲ୍ଲା ପ୍ରଶାସର ନିର୍ଦ୍ଦେଶରେ ଷ୍ଟ୍ରାଟେଜିକ୍ ପଏଣ୍ଟରେ ରହିବେ। ନିର୍ଦ୍ଦେଶକ୍ରମେ ପ୍ରଶାସନକୁ ସାହାଯ୍ୟ କରିବେ ବୋଲି ଏସଆରସି କହିଛନ୍ତି।

   Related Posts