Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତ୍ତୀ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା ୟାସ୍: ସିଇସି

24/05/2021 at 7:39 PM

ଭୁବନେଶ୍ୱର, ୨୪/୦୫ : ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିଝଡ ୟାସ୍ ଉତ୍ତର-ଉତ୍ତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦ ରୁ ୧୦୦ କି.ମି ତଥା ତୀବ୍ରତା ୧୨୦ କି.ମି ପର୍ଯ୍ୟନ୍ତ ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । ତେବେ ପାଣିପାଗର ବିଭିନ୍ନ ପରିମାପକୁ ବିଚାରକୁ ନେଇ ଜଣାଯାଏ ଯେ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ କମ ରହିପାରେ ବୋଲି ସେ କହିଛନ୍ତି ।

ସଦ୍ୟତମ ବିଶ୍ଳେଷଣ ଅନୁଯାୟୀ ଏହି ଘୂର୍ଣ୍ଣିଝଡର ଅବସ୍ଥିତି ମଙ୍ଗଳବାର ୫.୩୦ ସୁଦ୍ଧା ପାରାଦ୍ୱୀପରୁ ୧୪୦ କି.ମି ଦୂରରେ ରହିଥିବାବେଳେ ମେ ୨୬ ତାରିଖ ସକାଳ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟବର୍ତ୍ତୀ ହୋଇ ଚାନ୍ଦବାଲି କିମ୍ବା ଏହାର ନିକଟବର୍ତ୍ତୀ ଅଂଚଳ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ପବନର ବେଗ ମଧ୍ୟ ମେ ୨୬ ତାରିଖ ରାତି ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ କହିଛନ୍ତି । ତେବେ ଏହାର ମଡେଲ୍ ଘଣ୍ଟାକୁ ଘଣ୍ଟା ପରିବର୍ତ୍ତନ ହେଉଥିବାରୁ ବାତ୍ୟାର ସଠିକ୍ ଆକଳନ କରିବା କଷ୍ଟକର ହେଉଛି ବୋଲି ସେ କହିଛନ୍ତି ।

ଏହି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ସେହି ସ୍ଥାନରେ ପରିବର୍ତ୍ତନ ହୋଇପାରେ ବୋଲି କହିବା ସହ ସୋମବାର ଅପରାହ୍ନରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୩୫ ରୁ ୫୦ କି.ମି ହେବ ବୋଲି ଡ. ସାହୁ କହିଛନ୍ତି । ସେହିପରି ମଙ୍ଗଳବାର ସକାଳୁ ଜଗତସିଂହପୁର ଅଂଚଳରେ ପବନର ବେଗ ବଢ଼ିବାର ସମ୍ଭାବନା ଥିବାବେଳେ ମେ ୨୬ ତାରିଖ ଅପରାହ୍ନରୁ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ପବନର ବେଗ ବଢ଼ିବ । ଏହି ଘୂର୍ଣ୍ଣିଝଡ ଓଡ଼ିଶା ଉପକୂଳ ଅତିକ୍ରମ କରିଯିବା ପରେ ପବନର ବେଗ କମିବ ବୋଲି ସେ କହିଛନ୍ତି।

ସୋମବାର ଅପରାହ୍ନରୁ ମଙ୍ଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ବର୍ଷା ଜାରି ହେବାକୁ ଥିବାବେଳେ କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଢ଼େଙ୍କାନାଳ ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମରୁ ଉତରାଂଚଳକୁ ପ୍ରବାହିତ ହେଉଥିବା ପବନ ଖୁବ୍‌ ଶକ୍ତ ଏବଂ ଏହା ବଙ୍ଗଳା ଦେଶ ଏବଂ ପୂର୍ବ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ୨୫ ତାରିଖ ରାତିରୁ ପ୍ରଭାବ ପକାଇବ ବୋଲି ଡ. ସାହୁ କହିବା ସହ ଘୂର୍ଣ୍ଣିଝଡ ଘନୀଭୂତ ହେବାବେଳେ ପବନର ବେଗ ମଧ୍ୟ ଅତି ତୀବ୍ର ହେବବୋଲି ସେ କହିଛନ୍ତି ।

   Related Posts