ଭୁବନେଶ୍ୱର ୨୫।୫: ସାମୁଦ୍ରିକ ବାତ୍ୟା ‘ୟାସ୍’ ଏବେ ପାରାଦ୍ୱୀପଠାରୁ ପ୍ରାୟ ୨୫୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରିଭୂତ ରହିଛି। ଏହା ବୁଧବାର ସକାଳେ ସୋର ବାହାନଗା ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ଙ୍କ ସେଣ୍ଟର ଅଫ ଏନଭାରନମେଣ୍ଟ ଏଣ୍ଡ କ୍ଲାଇମେଟ୍ (ସିଇସି) ଆକଳନ କରିଛନ୍ତି।
{"id":457029,"width":838,"height":552,"sizeSlug":"large","linkDestination":"none"}ଏହ ବାତ୍ୟା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବା ବେଳେ ଉପକ୍ରମ ଅତିକ୍ରମ କରିବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋଟମିର ଓ ଏହାର ଗଷ୍ଟିଂ ୧୨୦ କିଲୋମିଟର ଧରିବ ବୋଲି ସିଇସି ନିର୍ଦ୍ଦେଶକ ଡ.ଶରତ ଚନ୍ଦ୍ର ସାହୁ ଆକଳନ କରଛନ୍ତି। ସେହିପରି ମଧ୍ୟରାତ୍ରରୁ ପ୍ରତ୍ୟୁଷ ମଧ୍ୟରେ କୌଣସି ସମୟରେ ବାତ୍ୟା ୟାସ୍ର ଲ୍ୟାଣ୍ଡଫଲ ଆରମ୍ଭ ହୋଇପାରେ ବୋଲି ଡ. ସାହୁ କହିଛନ୍ତି।
{"id":457030,"sizeSlug":"large","linkDestination":"none"}ଏହାର ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରୁ ରାଜଧାନୀ ଭୁବନେଶ୍ୱରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ପବନ ବହିବ। ଏହି ସମୟରେ ଘଣ୍ଟାପ୍ରତି ପବନର ଗଷ୍ଟିଂ ପାଖାପାଖି ୫୦ ଛୁଇଁପାରେ। ସେହିପରି ଅପରାହ୍ନରେ ବାଲେଶ୍ୱରରୁ ଜଗତସିଂହପୁର ଜିଲ୍ଲା ଉପକୂଳରେ ସ୍ଥାନବିଶେଷରେ ଘଣ୍ଟାପ୍ରତି ପବନର ବେଗ ୭୦ରୁ ୧୦୦ କିଲୋମିଟରକୁ ପହଞ୍ଚିପାରେ ବୋଲି ଡ. ସାହୁ ସତର୍କ କରିଛନ୍ତି। ସେହିପରି କେତେକ ସ୍ଥାନରେ ଭୀଷଣରୁ ଅତିଭୀଷଣ ବର୍ଷା ନେଇ ମଧ୍ୟ ସିଇସି ନିର୍ଦ୍ଦେଶକ ସତର୍କ କରାଇଛନ୍ତି।
{"id":457032,"sizeSlug":"large","linkDestination":"none"}ବିଶେଷ କରି କେନ୍ଦ୍ରାପଡା, ଭଦ୍ରକ, ବାଲଶ୍ୱର, ମୟୁରଭଞ୍ଜ, ଯାଜପୁର, କେଉଁଝର, ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ମଙ୍ଗଳବାର ରାତିରୁ ବର୍ଷା ଆରମ୍ଭ ହୋଇପାରେ ବୋଲି ଡ. ସାହୁ କହିଛନ୍ତି। ଏହି ସମୟରେ ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଯାଜପୁର ଓ ଢେଙ୍କାନାଳରେ ସର୍ବାଧିକ ୨୫୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସୂଚିତ କରିଛନ୍ତି।