Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଧାମରାରୁ ୪୦କି.ମି. ଦୂରରେ ‘ୟାସ୍’, ଦିନ ୧୧ଟାରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

26/05/2021 at 7:24 AM

ଭୁବନେଶ୍ବର ୨୬।୫: ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ‘ୟାସ୍’ । ଅତି ଭୀଷଣ ରୂପ ଧାରଣ କରି ‘ୟାସ୍’ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଭଦ୍ରକର ଧାମରାରୁ ଏହା ୪୦ କି.ମି. ଦୂରରେ ରହିଛି । ବାଲେଶ୍ବର ଏବଂ ପଶ୍ଚିମବଙ୍ଗର ଦୀଘାଠୁ ୯୦ କି.ମି. ଦୂରରେ ରହିଛି ‘ୟାସ୍’ । ଘଣ୍ଟାପ୍ରତି ୧୫ କି.ମି. ବେଗରେ ଗତି କରୁଛି ବାତ୍ୟା । ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଦିନ ୧୧ଟାରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।

ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ୟାସ୍’ର ଆଖିର ବ୍ୟାସାର୍ଦ୍ଧ ରହିଛି ୩୫ କିଲୋମିଟର । ଲ୍ୟାଣ୍ଡଫଲ୍ ବେଳେ ୧୩୦ରୁ ୧୫୫ କି.ମି. ବେଗରେ ପବନ ବହିପାରେ ବୋଲି ଆକଳନ କରାଯାଉଛି ।

ସେପଟେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ଵରରେ ‘ୟାସ୍’ ପ୍ରଭାବ ଦେଖିବାକୁ ମିଳୁଛି । ଏହିସବୁ ଜିଲ୍ଲାଗୁଡିକରେ ୬୦ ରୁ ୯୦ କି.ମି. ବେଗରେ ପବନ ବହୁଛି । ଧାମରାର ଉତ୍ତରରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟାସ୍’ । ତେବେ ପାରାଦୀପରେ ୧୩୭ ମି.ମି. ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ଏବେ ପବନ ୭୦-୮୦ କି.ମି. ପ୍ରତି ଘଣ୍ଟା ଓ ଝଟକା ପବନ ୯୦ କି.ମି. ପ୍ରତି ଘଣ୍ଟା ବହୁଛି ।

ବାତ୍ୟା ‘ୟାସ୍’ ସ୍ଥଳଭାଗ ଛୁଇଁବା ବେଳେ ବାଲେଶ୍ଵର ଓ ଭଦ୍ରକରେ ସମୁଦ୍ରରେ ୪ ମିଟର ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡାରେ ୨/୩ ମିଟର ଜୁଆର ଉଠିବ । ପୂର୍ଣ୍ଣିମା ଥିବାରୁ ଜୁଆର ଅଧିକ ଉଚ୍ଚରେ ଉଠିବାର ସମ୍ଭାବନା ରହିଛି ।

   Related Posts