Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ଓଡିଶାକୁ ନାହିଁ ବାତ୍ୟା ଭୟ – ପଶ୍ଚିମବଙ୍ଗ ଓ ବାଙ୍ଗାଲାଦେଶ ଆଡକୁ ମୁହାଁଇବ , ରାଜ୍ୟରେ ବର୍ଷା ସମ୍ଭାବନା

5/11/2019 at 6:29 PM

ଭୁବନେଶ୍ୱର ୦୫।୧୧ – ଓଡିଶାକୁ ନାହିଁ ବାତ୍ୟା ଭୟ । ଉତ୍ତର ଆଣ୍ଡାମାନରେ ସୃଷ୍ଟି ଲଘୁଚାପ ବାତ୍ୟା ରୂପ ନେବା ପରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଙ୍ଗାଲାଦେଶ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଓଡିଶାରେ ବାତ୍ୟାର ପ୍ରଭାବ ଅଧିକ ପଡିବ ନାହିଁ ବୋଲି ପ୍ରାଥମିକ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ବର୍ଷା ସମ୍ଭାବନାକୁ ଦେଖି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।  ସରକାର ସବୁ ସ୍ଥିତିକୁ ନଜର ରଖିଛନ୍ତି ଓ ବାତ୍ୟା ଭୟରେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ।

ଓଡିଶା ଛୁଇଁବନି ସାମୁଦ୍ରିକ ଝଡ଼ ।  ଓଡିଶାରେ ବାତ୍ୟାର ପ୍ରଭାବ ସେତେ ଅଧିକ ପଡିବନି । କେବଳ ଉପକୂଳ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ସାରା ରାଜ୍ୟରେ ବାତ୍ୟାକୁ ନେଇ ନାନା ମାତ୍ରାଧିକ ଚର୍ଚ୍ଚା ହେଉଥିବାରୁ ଲୋକଙ୍କୁ ଭୟଭୀତ ନ ହେବା ଲାଗି ସରକାର ପରାମର୍ଶ ଦେଇଛନ୍ତି।  ପାଣିପାଗ ବିଭାଗ ବିଭାଗର ପ୍ରାଥମିକ ଆକଳନ ଅନୁସାରେ  ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ

ଅବପାତର ରୂପନେଇଛି । ପାରାଦୀପ ଠାରୁ ଏହା ୯୦୦ କିଲୋମିଟର ଦୂରରେ ରହିଛି । କାଲି ସକାଳ ସୁଦ୍ଧା ଏହା ସାଇକ୍ଲୋନ୍ ବା ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଙ୍ଗାଲାଦେଶ ଆଡକୁ ମୁହାଁଇବ । ଓଡିଶା ଉପରେ ବାତ୍ୟାର ସେତେ ଅଧିକ ପ୍ରଭାବ ପଡିବନି ବୋଲି  ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  କହିଛନ୍ତି ।

ଏହାର ପ୍ରଭାବରେ ୯ରୁ ୧୧ ତାରିଖ ମଧ୍ୟରେ ଉପକୂଳ ଓଡିଶା ସମେତ ଅଳ୍ପ କେତେକ ସ୍ଥାନରେ ଅଳ୍ପରୁ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ୪୦ରୁ ୬୦ କିମି ବେଗରେ ରହିବ ତେବେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

ବାତ୍ୟା ଓଡିଶା ନଛୁଇଁଲେ ବି ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୯ ତାରିଖ ଠାରୁ ବର୍ଷା ହେବାକୁ ଥିବାରୁ ଏସଆରସି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡା, ଓ ମାଲକାନଗିରି ଆଦି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି । ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ନଥିବାରୁ ବାତ୍ୟାକୁ ନେଇ ଭୟଭୀତ ହେବାର ନାହିଁ ।

ବାତ୍ୟାର ରୂପ ରେଖ କଣ ହେବ ଏହା କେଉଁ ଦିଗରେ କେତେ ସ୍ଷିଡରେ ଗତୁ କରି  କେଇଁଠି ହିଟ କରିବ ତାହା ଆସନ୍ତା କାଲି ହିଁ ଜଣା ପଡିବ ବୋଲି କହିଛି ପାଣିପାଗ ବିଭାଗ ।

   Related Posts