Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଭୀଷଣ ଅବପାତର ରୂପ ନେଲା ସାମୁଦ୍ରିକ ଝଡ ‘ବାୟୁ’: ଘଣ୍ଟାପ୍ରତି ୧୨କି.ମି. ବେଗରେ କରୁଛି ଗତି

13/06/2019 at 9:01 AM

ଅହମ୍ମଦାବାଦ ୧୩|୬: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ଭୀଷଣ ଅବପାତର  ରୂପ ନେଇଛି। ତେବେ ଏହା ଗତିପଥ ବଦଳାଇଛି । ଏହା ଏବେ ଆରବ ସାଗର ଭିତରେ ଓମାନ ମୁହାଁ ହୋଇଛି । ଏହା ଏବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ଗୁଜରାଟର ଭେରାଭେଲ୍ ଉପକୂଳଠାରୁ ୧୩୦କିଲୋମିଟର ଏବଂ ପୋରବନ୍ଦରଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ‘ବାୟୁ’ ଆଜି ଅପରାହ୍ନ ସୁଦ୍ଧା ଗୁଜରାଟର ସୌରାଷ୍ଟ୍ର ଉପକୂଳକୁ ଛୁଇଁ ଅତିକ୍ରମ କରିପାରେ । ଫଳରେ ଆମରେଲି, ଗିର୍ ସୋମନାଥ, ଡିଉ, ଜୁନାଗଡ, ପୋରବନ୍ଦର, ରାଜକୋଟ୍, ଜାମନଗର, ଦ୍ବାରକା ଏବଂ କଚ୍ଛ ଜିଲ୍ଲା ପ୍ରଭାବିତ ହେବ ।

ଗୁଜରାଟ ସମୁଦ୍ର ଉପକୂଳରେ ୧୩୫ରୁ ୧୪୦ କିଲୋମିଟର ବେଗରେ ପବନ ବୋହିବା ଆଶଙ୍କା ରହିଛି । ଆଜି ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଆସନ୍ତାକାଲି ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୨୦କିଲୋମିଟର ଏବଂ ୧୫ତାରିଖ ଦିନ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୦୦କିଲୋମିଟର ରହିବ । ଏହାପରେ ଏହା ଦୁର୍ବଳ ହୋଇଯିବ । ୧୩ରୁ ୧୫ତାରିଖ ଭିତରେ ଗୁଜରାଟ ଏବଂ ମହାରାଷ୍ଟ୍ର ସମୁଦ୍ର ଅଶାନ୍ତ ରହିବ । ଗୁଜରାଟ ଉପକୂଳ ସମୁଦ୍ରରେ ୨ମିଟର ପର୍ଯ୍ୟନ୍ତ ଢେଉ ଉଠିବ ।

ଆଜି ଏବଂ ଆସନ୍ତାକାଲି ଗୁଜରାଟ, ସୌରାଷ୍ଟ୍ର-କଚ୍ଛ, କୋଙ୍କଣ ଏବଂ ଗୋଆରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ବାତ୍ୟା ‘ବାୟୁ’ ଏବଂପ୍ରବଳ ବର୍ଷାକୁ ନଜରରେ ରଖି  ଗୁଜରାଟରେ ହାଇଆଲର୍ଟ ଜାରି କରାଯାଇଛି । ଝଡ଼କୁ ମୁକାବିଲା କରିବା ନିମନ୍ତେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇଛି। ବିଶେଷ କରି ଜିରୋ ଟଲରାନ୍ସ ଓ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦିଆଯାଇଛି । ତଳିଆ ଅଞ୍ଚଳରେ ରହୁଥିବା ପ୍ରାୟ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପଶ୍ଚିମ ରେଳବାଇ ପକ୍ଷରୁ ୪୦ଟି ଟ୍ରେନ ଚଳାଚଳ ବାତିଲା କରାଯାଇଥିବା ବେଳେ ୨୮ଟି ଟ୍ରେନର ଗତିପଥକୁ କମାଇ ଦିଆଯାଇଛି । ମୋଟ ୧୧୦ଟି ଟ୍ରେନର ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ଦେଇଛି ପଶ୍ଚିମ ରେଳବାଇ । ସେହିପରି ଆସନ୍ନ ବିପଦ ଆଶଙ୍କାରେ  ଜାମନଗର, ଦ୍ବାରକା,  ସୋମନାଥ, ପୋରବନ୍ଦର ପରି ୧୦ଟି ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଦୁଇ ଦିନ ପାଇଁ ଛୁଟି କରିଦିଆଯାଇଛି । ପୋରବନ୍ଦର, ଡିଉ, ଭାବନଗର, କାନ୍ଧଲା ବିମାନବନ୍ଦରରେ ୨୪ ଘଣ୍ଟା ପାଇଁ ବିମାନ ଉଡାଣ ରଦ୍ଦ କରିଦିଆଯାଇଛି ।

ରାଜ୍ୟରେ ଏନଡିଆରଏଫର ୫୨ଟି ଟିମ୍ ମୁତୟନ ହୋଇଛନ୍ତି । ଏସଡିଆରଏଫର ୯ଟି ଟିମ୍ ଏବଂ ୩୦୦ ମେରାଇନ କମାଣ୍ଡୋଙ୍କୁ ମଧ୍ୟ ମୁତୟନ କରାଯାଇଛି । ବାୟୁସେନାର ମିଡିୟମ ଲିଫ୍ଟ ଓ ଲାଇଟ ୟୁଟିଲିଟି ହେଲିକପ୍ଟର ମଧ୍ୟ ସଜାଗ ରହିଛନ୍ତି ।  ସମସ୍ତ ସରକାରୀ ଅଧିକାରୀଙ୍କର ମଧ୍ୟ ଛୁଟି ବାତିଲ କରାଯାଇଛି ।

   Related Posts