Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଆସୁଛି ବାତ୍ୟା: ଚାଷୀମାନଙ୍କୁ ସତର୍କ ସୂଚନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୩ ଡିସେମ୍ବରରେ ପ୍ରବଳ ବର୍ଷା

1/12/2021 at 6:23 PM

ଭୁବନେଶ୍ୱର, ୦୧/୧୨: ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆହୁରି ସକ୍ରିୟ ହେଉଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଡିପ୍ରେସନର ରୂପ ନେବ। ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବ । ୩ ଡିସେମ୍ବରରେ ପ୍ରବଳ ବର୍ଷା। ପୁରୀ, ଗଜପତି, ଜଗତସିଂହପୁର ଓ ଗଞ୍ଜାମ ଏହି ୪ ଟି ଜ଼ିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ ଜ଼ିଲ୍ଲାକୁ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଚାଷୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ନାଳୀକାଟି କ୍ଷେତରୁ ଜଳ ନିଷ୍କାସନ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ୨ ତାରିଖ ସୁଦ୍ଧା ପାଚିଲା ଫସଲ ଘରକୁ ନେବା ପାଇଁ କୁହାଯାଇଛି । ଗୃହ ପାଳିତ ପଶୁଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ । ଜଳବନ୍ଦୀ ସମସ୍ୟା ଉପୁଜିପାରେ । କଚାରାସ୍ତା ମାଟି ଘର କାନ୍ଥ ପଡ଼ିବା ନେଇ ସତର୍କ କରାଯାଇଛି । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ୫୦ରୁ ୬୦ କିମି ବେଗରେ ପବନ ବୋହିବ । ୨ ତାରିଖରୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଝଟକା ପବନ ୯୦, ୧୦୦ ଓ ୧୧୦ କିମି ଯାଏଁ ବହିବାର ସମ୍ଭାବନା ରହୁଛି । ସମୁଦ୍ର ଅତ୍ୟଧିକ ଅଶାନ୍ତ  ରହିବ । ଉପକୂଳ ଅଞ୍ଚଳରେ ୩ ଡିସେମ୍ବରରୁ ପ୍ରଭାବ ପଡ଼ିବ । ବାତ୍ୟା ସୃଷ୍ଟି ହୋଇନି ତେଣୁ ଏହାର ନାମକରଣ ହୋଇନି ବୋଲି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକ କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବାକୁ  ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳ ଲୋକଙ୍କୁ ଆବଶ୍ୟକତା ଦେଖି ସ୍ଥାନାନ୍ତରିତ କରିବାକୁ କୁହାଯାଇଛି । ଫାୟାର, ଓଡ୍ରାଫ, ଏନଡ଼ିଆରଏଫକୁ ସଜାଗ ରଖିବାକୁ ନିର୍ଦ୍ଦେଶକ ମାନଙ୍କୁ ଅବଗତ କରାଯାଇଛି । ୨ ଶହଟି ଫାୟାର ଟିମକୁ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଉପକୂଳ ସହିତ ନୟାଗଡ଼ ଓ ମୟୁରଭଞ୍ଜ ଜିଲ୍ଲାକୁ ଆଲର୍ଟ ରହିବାକୁ ଏହି ବୈଠକରେ କୁହାଯାଇଛି ।

   Related Posts