'ଜୱାଦ' ଅପ୍‌ଡେଟ୍‌: ୨ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଏବଂ ୮ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

Published By : Prameya-News7 Bureau | December 04, 2021 IST

ଭୁବନେଶ୍ୱର, ୦୪/୧୨: ବାତ୍ୟା ଜୱାଦ୍‌ ପ୍ରୋକପରେ ଅତି ପ୍ରବଳ ବର୍ଷା ପାଇଁ ଜାରି ହେଲା ରେଡ୍‌ ୨ ଜିଲ୍ଲା ଯଥା- ପୁରୀ ଏବଂ ଜଗତ୍‌ସିଂହପୁରକୁ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏଥି ସହିତ ପ୍ରବଳ ବର୍ଷା ନେଇ ମଧ୍ୟ ୮ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଯାଜପୁର, କଟକ, ଖୋର୍ଦ୍ଧା, ଗଜପତି ଓ କେନ୍ଦ୍ରାପଡ଼ା । ସେହିପରି ୪ ଜିଲ୍ଲା ଯଥା- କନ୍ଧମାଳ, ନୟାଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜଣାପଡ଼ିଛି।

ବାତ୍ୟା ପୁରୀ ଠାରୁ ୩୯୦, ଗୋପାଳପୁର ଠାରୁ ୩୨୦ କିମି, ପାରାଦ୍ୱୀପ ଠାରୁ ୪୭୦ କିମି ଏବଂ ବିଶାଖାପାଟଣାା ଠାରୁ ୨୧୦ କିମି ଦୂରରେ ରହିଥିବା ବେଳେ ଏହା ଘଣ୍ଟାକୁ ୪ କିିମି ବେଗରେ ଉତ୍ତର ଆଡ଼କୁ ଗତି କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.