ସାଇକ୍ଲୋନର ୟୁଟର୍ଣ୍ଣ, ଓମାନ ବଦଳରେ ଏବେ ଭାରତ ଆଡକୁ ମୁହଁଉଛି ଶକ୍ତିଶାଳୀ ସାମୁଦ୍ରିକ ଝଡ ମାହା- ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | November 03, 2019 IST

ନୂଆଦିଲ୍ଲୀ - ଓମାନ ବଦଳରେ ଏବେ ଭାରତର ଗୁଜୁରାଟ ଉପକୂଳ ଆଡକୁ ସାମୁଦ୍ରିକ ଝଡ ବା ସାଇକ୍ଲୋନ ମାହା' ୟୁଟର୍ଣ୍ଣ କରିଛି । ଏହାର ପ୍ରଭାବରେ ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ପାଗ ମେଘୁଆ ରହିଛି । ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଏହାର ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜୁରାଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ନଭେମ୍ବର ୬ ତାରିଖରେ ଏହା ଦୂର୍ବଳ ହେବା ସହ ଗୁଜୁରାଟର ଦିଉ ଓ ଦ୍ୱାରିକା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ମଙ୍ଗଳବାର ସକାଳୁ ଗୁଜୁରାଟ ଉପକୂଳରେ ପବନର ବେଗ ବଢିବ । ବୁଧବାର ବେଳକୁ ଏହା ୧୦୦ କିଲୋମିଟର ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରାଯାଇଛି ।

{"id":178616}

ଦକ୍ଷିଣ ଗୁଜୁରାଟ ଓ ସୌରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ପବନ ବହିପାରେ । ଗତ କିଛି ଦିନ ତଳେ କ୍ୟାର ତୋଫାନ୍‌ ଯୋଗୁଁ ଦକ୍ଷିଣ ଗୁଜୁରାଟ ଓ ସୌରଷ୍ଟ୍ର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଏଥିପାଇଁ ବହୁମାତ୍ରାରେ ଫସଲ ନଷ୍ଟ ହୋଇଥିଲା । ଏବେ ପୁଣି ମାହା ସାମୁଦ୍ରିକ ଝଡର ସାମ୍ନା କରିବାକୁ ପଡିବ । ଆରବ ସାଗରରେ ସୃଷ୍ଟ ଏହି ସାଇକ୍ଲୋନ ଓମାନ ଉପକୂଳରେ ସ୍ଥଳ ଭାଗ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା। ମାତ୍ର ଏବେ ଏହା ୟୁଟର୍ଣ୍ଣ କରି ଗୁଜୁରାଟର ଦିଉ ଓ ଦ୍ୱାରିକା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ ବୋଲି ଆଶଙ୍କା କରାଯାଉଛି । ହେଲେ ଏହା ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ଅନେକ ମାତ୍ରାରେ ଦୂର୍ବଳ ହୋଇଯାଇଥିବ । ମାତ୍ର ପ୍ରବଳ ବର୍ଷା ହେବା ସହ ଉପକୂଳ ଅଞ୍ଚଳରେ ଜୋର୍‌ରେ ପବନ ବହିବ । ଏଥିଯୋଗୁଁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି ।

{"id":178617}

ମାହା ସାମୁଦ୍ରିକ ଝଡ ଗୁଜୁରାଟ ଉପକୂଳକୁ ସ୍ପର୍ଶ କରିବା ପୂର୍ବରୁ ଦୂର୍ବଳ ହୋଇଯିବ । ଏହା ଉପକୂଳର ଥଣ୍ଡା ଜଳବାୟୁ ସଂସ୍ପର୍ଶରେ ଆସିବା ଯୋଗୁଁ ଧୀରେ ଧୀରେ ଦୂର୍ବଳ ହେବ । ଲକ୍ଷାଦ୍ୱୀପ ଉପରେ ଏହାର ପ୍ରଭାବରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.