Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୧୦ ତାରିଖରେ ୫ଟି ଜିଲ୍ଲା ଏବଂ ୧୧ ତାରିଖରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ଜରୁରିକାଳୀନ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ

8/10/2018 at 7:17 PM

ଭୁବନେଶ୍ବର ୮|୧୦: ସମ୍ଭାବ୍ୟ ବାତ୍ୟା ‘ତିତିଲି ପାଇଁ ସତର୍କତା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରିକାଳୀନ କର୍ମଚାରୀ ଓ ଅଧିକାରୀଙ୍କୁ ଛୁଟି ନେବା ପାଇଁ ମନା କରାଯାଇଛି । ଆସନ୍ତାକାଲି ସ୍ପଷ୍ଟ ହେବ ‘ତିତିଲି’ର  ସ୍ଥିତି । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପବନ ବହିବା ସମ୍ଭାବନା ରହିଛି । ଘଣ୍ଟାକୁ ୭୦ରୁ ୮୦ କିମି ବେଗରେ ପବନ ସମ୍ଭାବନା । ୧୦ରେ ୫ ଜିଲ୍ଲାରେ ବର୍ଷା ସମ୍ଭାବନା । ୫ ଜିଲ୍ଲା ହେଲା ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା । ୧୧ରେ ୧୪ ଜିଲ୍ଲାରେ ବର୍ଷା ସମ୍ଭାବନା । ୧୪ ଜିଲ୍ଲା ହେଲା ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୟାଗଡ଼,କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ।୧୧ ରାତିରେ ସ୍ଥଳ ଭାଗ ଅତିକ୍ରମ ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଉପ ରିଲିଫ କମିଶନର ।

   Related Posts