ଭୋର ସାଢେ ୪ଟାରୁ ସାଢେ ୫ଟା ମଧ୍ୟରେ ଲେଣ୍ଡଫଲ୍ କଲା 'ତିତ୍‌ଲି' : ପବନର ବେଗ ରହିଲା ଘଣ୍ଟାପ୍ରତି ୧୫୦କି.ମି, ବ୍ୟାପକ କ୍ଷୟକ୍ଷତି

Published By : Prameya-News7 Bureau | October 11, 2018 IST

ଭୁବନେଶ୍ବର ୧୧|୧୦:  ଆଜି ବଡି ଭୋର ୪.୩୦ରୁ ୫.୩୦ ଭିତରେ ପଲାଶା ପାଖରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ତିତଲି ଲ୍ୟାଣ୍ଡଫଲ କରିଛି । ମଧ୍ୟାହ୍ନ ସୁଦ୍ଧା ଦୁର୍ବଳ ହେବ ସିଭିଅର ସାଇକ୍ଲେନିକ୍ ଷ୍ଟର୍ମ । ଧାରେ ଧୀରେ ଏହା ପଶ୍ଚିମବଙ୍ଗ ମୁହାଁ ହେବ । ସଂଧ୍ୟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୫୦କି.ମି । ସେହି ସମୟରେ ଗୋପାଳପୁରରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୨୬କି.ମି । ଏହାପରେ ଧୀରେ ଧୀରେ ପବନ ବେଗ କମିବାରେ ଲାଗିଛି । ତେବେ ଗଞ୍ଜାମ, ଗଜପତି ପୁରୀ, ଏବଂ ଉତ୍ତରଓଡିଶାରେ ପ୍ରବଳ ବର୍ଷା ହୋଉଛି । ଆଜି ବର୍ଷାର ପରିମାଣ ଅଧିକ ରହିବ । କାଲିଠାରୁ ବର୍ଷା କମିବ । ତିତଲି ପ୍ରଭାବରେ ପ୍ରବଳ ପବନ ଯୋଗୁ ଗଜପତିରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ବଡ ଗଛ ଉପୁଡି ଯାତାୟତ ବନ୍ଦ ହୋଇଛି । ବ୍ରହ୍ମପୁରରେ ତିତଲିର ପ୍ରଭାବ ପଡିଛି । ଗୋପାଳପୁର, ଅଲିପୁର, ଛତ୍ରପୁର ଯିବା ରାସ୍ତାରେ ପାଣି ପ୍ରବାହିତ ହେଉଛି । ରାସ୍ତା ଉପରେ ବଡ ବଡ ଗଛ ଉପୁଡି ପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ହଟାଯାଉଛି । ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଯୁଗ୍ମ କମିଟି ଗଠନ ହୋଇଥିବା ଏସ୍ ଆରସି କହିଛନ୍ତି । ଏହି କମିଟି ୧୫ଦିନ ବିତରେ ରିପୋର୍ଟ ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.