ତିତଲୀ ବତ୍ୟା ଓ ବନ୍ୟା: ସପ୍ତାହ ଭିତରେ ପ୍ଲଟ ୱାରି ଫସଲ ହାନୀ ଓ ଘର ଭଙ୍ଗା ରିପୋର୍ଟ ଦେବାକୁ ନିର୍ଦେଶ

Published By : Prameya-News7 Bureau | October 27, 2018 IST

ଭୁବନେଶ୍ବର୨୭|୧୦: ତିତଲୀ ବତ୍ୟା ଓ ବନ୍ୟା ପୁନରୁଦ୍ଧାର ନେଇ ସମୀକ୍ଷା କରିଛନ୍ତି ମୁଖ୍ୟଶାସନ ସଚିବ । ସପ୍ତାହ ଭିତରେ ପ୍ଲଟ ୱାରି ଫସଲ ହାନୀ ଓ ଘର ଭଙ୍ଗା ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ସରକାର । ଏହାସହ ସମସ୍ତ କ୍ଷୟକ୍ଷତି ସହାୟତା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଦିଆଯିବ । ସେଥିପାଇଁ ତିନିଦିନ ଭିତରେ ହିତିଧାକରୀଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେବାକୁ ଆଙ୍ଗନୱାଡି କର୍ମୀଙ୍କୁ ନିର୍ଦେଶ ଦିଆଯାଇଛି । ଏହା ସହ ଜମି ପଟ୍ଟ ନଥାଇ ଯେଉଁ ଆଦିବାସୀ ମାନେ କାଜୁ ଚାଷ କରିଥିଲେ ସେମାନଙ୍କୁ କ୍ଷତି ପୂରଣ ଦେବାକୁ ନିଷ୍ପତି ହୋଇଛି । ତିତଲୀ କ୍ଷୟକ୍ଷତି ଆକାଳନ କରିବା ପାଇଁ ଆସନ୍ତା ସପ୍ତାହରେ ଆସିବେ କେନ୍ଦ୍ରୀୟ ଟିମ୍ । କ୍ଷତିଗ୍ରସ୍ତ ଅଞ୍ଚଳ ଯାଇ ଅନୁଧ୍ୟାନ କରିବେ । ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଓଡିଶା ମାଗିଥିବା ମଧ୍ୟବର୍ତ୍ତୀ କାଳୀନ ସହାୟତ ମିଳିବ । ଏପଟେ ରାଜ୍ୟସରକାର ୧୭ ଜିଲ୍ଲାର ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ୧୩ଶହ କୋଟି ଟଙ୍କା ଏସଡିଆରଏଫ ପାଣ୍ଠିରୁ ଏସଆରସି ପ୍ରଦାନ କରିଛନ୍ତି । ସେହିଭଳି ମୃତକ ତାଲିକାରେ ତିନି ଜଣଙ୍କ ନାଁ ଦୁଇଥର ଚଢ଼ିଯାଇଥିଲା । ତେଣୁ ମୃତକଙ୍କ ସଂଖ୍ୟା ୩କୁ କମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.