Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଭୟଙ୍କର ବାତ୍ୟାର ରୂପ ନେଲା ତିତିଲି : ଗୋପାଳପୁର ଠାରୁ ମାତ୍ର ୫୩୦ କି:ମି: ଦୂରରେ

9/10/2018 at 5:38 PM

ଭୁବନେଶ୍ୱର ୯/୧୦ : ତିତିଲି ଭୟଙ୍କର ବାତ୍ୟାର ରୂପ ନେବା ସହ ଗୋପାଳପୁର ଠାରୁ ମାତ୍ର ୫୩୦ କି:ମି: ଦୂରରେ ରହିଥିବା ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ | ଏହା ଘଣ୍ଟାକୁ ୮ କି:ମି ବେଗରେ ଓଡିଶା ଆଡକୁ ମୁହାଉଁଛି | ଆସନ୍ତା ୧୧ ତାରିଖ ସକାଳୁ ଗୋପାଳପୁର ଓ କଳିଙ୍ଗପଟନମ ମଧ୍ୟବର୍ତ୍ତୀ ଅଂଚଳରେ ଲ୍ୟାଣ୍ଡଫଲ କରିବ | ତେବେ ଆଜି ରାତିରୁ ବାତ୍ୟାର ପ୍ରଭାବ ଅନୁଭୂତ ହେବ | ଗଂଜାମ, ଜଗପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ଆରମ୍ଭ ହେବା ସହ ପବନର ଗତି ମଧ୍ୟ ବଢିପାରେ | ତେବେ ଆସନ୍ତାକାଲି ଅର୍ଥାତ ୧୦ ତାରିଖରେ ଏହାର ବିଶେଷ ପ୍ରକୋପ ପରିଲକ୍ଷିତ ହେବ | ଆସନ୍ତାକାଲି ପବନର ବେଗ ୧୧୦ କି:ମି: ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା ରହିଛି | ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଆସନ୍ତାକାଲି ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ | ସେହିଭଳି ଆସନ୍ତାକାଲି ସନ୍ଧ୍ୟାପରେ ଉତ୍ତର ଓଡିଶାର ବାଲେଶ୍ୱର, ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷିବ | ବାତ୍ୟା ଆସନ୍ତା ୧୧ ତାରିଖଦିନ ଲ୍ୟାଣ୍ଡଫଲ କରିବା ବେଳକୁ ଯଦିଓ ଏହା ଦୁର୍ବଳ ହୋଇଯାଇଥିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି, ତଥାପି ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ ରୁ ୧୨୦ କି:ମି: ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି | ସଦ୍ୟ ମିଳିଥିବା ଖବର ଅନୁସାରେ ଗୋପାଳପୁରରେ ଏବେ (ସନ୍ଧ୍ୟା ୬ଟା) ପବନର ଗତି ଘଣ୍ଟାକୁ ୪୦ କି:ମି: ରହିଛି | ସମୁଦ୍ରରେ ବଡ ବଡ ଜୁଆର ଆସୁଥିବା ଦେଖିବାକୁ ମିଳିଛି | ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ସଜାଗ ରହିଛି |

   Related Posts