ବାତ୍ୟା ରୂପ ନେଲା ତିତିଲି, ପ୍ରବଳ ବର୍ଷା ସହିତ ଘଣ୍ଟାକୁ ଶହେରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ପବନର ବେଗ ରହିପାରେ
10/10/2018 at 1:56 AM

ଭୁବନେଶ୍ୱର ୯/୧୦: ଅକ୍ଟେ।ବର ପଶୁପଶୁ ମାଡ଼ି ଆସିଲାଣି ତିତଲି । ଯଦିଓ ଏହା ଫାଇଲିନ୍ ଓ ହୁଡ଼ହୁଡ଼୍ ଭଳି ବିଶାଳ ଓ ଶକ୍ତିଶାଳୀ ନୁହେଁ ବୋଲି କୁହାଯାଉଛି , ତଥାପି ଏହାର ପ୍ରଭାବରେ ପ୍ରବଳ ବର୍ଷା ସହିତ ଘଣ୍ଟାକୁ ଶହେରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ପବନର ବେଗ ରହିପାରେ ବେ।ଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହାର ପ୍ରଭାବ ଆଜି ରାତିଠାରୁ ଅନୁଭୂତ ହେବ । ରାଜ୍ୟର ଗେ।ପାଳପୁରରୁ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟନାମ୍ ମଧ୍ୟଦେଇ ଏହା ସ୍ଥଳଭାଗ ଛୁଇଁବ । ଉପୁକୂଳର ୫ଟି ଜିଲା ସତର୍କ ରହିବାକୁ ପରାମର୍ଶ ଦେଇଛି ଏସ୍.ଆର୍.ସି । ଏନ୍.ଡି.ଆର୍.ଏଫ୍, ଓଡ୍ରାଫ୍, ଦମକଳ ବାହିନୀକୁ ବିପର୍ଯ୍ୟୟର ମୁକାବିଲା ଲାଗି ରଖାଯାଇଛି ।.
Related Posts
କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22 January 2021