ମହାରାଷ୍ଟ୍ରକୁ ଘନେଇଲା ‘ତୌତେ’ ବିପଦ, ଏବେ ଗୁଜରାଟ ଅତିକ୍ରମ କରୁଛି ବାତ୍ୟା

Published By : Prameya-News7 Bureau | May 17, 2021 IST

ମୁମ୍ବାଇ ୧୭।୫: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ତୌତେ’ ସୋମବାର ଅଧିକ ଶକ୍ତିଶାଳୀ ହୋଇ ଗୁଜରାଟ ଉପକୂଳକୁ ଛୁଇଁଛି। ବାତ୍ୟା ପୋରବନ୍ଦର ଓ ଭାବାନଗର ମହୁବା ମଧ୍ୟ ଦେଇ ଉପକୂଳ ଅତିକ୍ରମ କରୁଥିବା ବେଳେ ଭୀଷଣ ଝଡ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ଭୂ-ଭାଗକୁ ପ୍ରବେଶ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟରକୁ ପହଞ୍ଚିଛି। ତେବେ ଗଷ୍ଟିଂ ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ରହୁଥିବା ପାଣିପାଗ ବିବାଗ (ଆଇଏମଡି)ଙ୍କ ସୂଚନାରୁ ଜଣାପଡିଛି।

{"id":453726,"width":843,"height":474,"sizeSlug":"large","linkDestination":"none"}
Mid-day

ସେପଟେ ମହାରାଷ୍ଟ୍ର ଉପରେ ଏବେ ବାତ୍ୟାର ବିପଦ ଘନେଇବାରେ ଲାଗିଛି। ସାମୁଦ୍ରିକ ବାତ୍ୟା ପ୍ରଭାବରେ ବର୍ଷା ସାଙ୍ଗକୁ ବତାସ ଆରମ୍ଭ ହୋଇଯାଇଥିବା ବେଳେ ମୁମ୍ବାଇରେ ମେଟ୍ରୋ ଓ ମନୋରେଲ ସେବା ବାତିଲ ହୋଇଛି। ବାତ୍ୟା ଆଶଙ୍କାରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଅସ୍ଥାୟୀ ବନ୍ଦ ଘୋଷଣା କରାଯାଇଥିବା ବେଳେ ବିମାନ ଚଳାଚଳ ବାତିଲ ହୋଇଛି। ମୁମ୍ବାଇରେ ତୌତେ ଯୋଗୁ ଭୀଷଣ ବର୍ଷା ଓ ଝଡ ଆରମ୍ଭ ହୋଇଥିବା ବେଳେ ନିମ୍ନାଞ୍ଚଳରେ ପାଣି ଭରିଯାଇଛି।

{"id":453745,"width":836,"height":470,"sizeSlug":"large","linkDestination":"none"}
IN

ବାତ୍ୟା ଲାଗି ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ନିମନ୍ତେ ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ମୁମ୍ବାଇ ଲାଗି ୟେଲୋ ୱାର୍ଣ୍ଣିଂ ରହିଛି। ସେପଟେ ବାତ୍ୟା ଯୋଗୁ ଏକ ପାଣି ଜାହାଜ ମୁମ୍ବାଇର ହୀରା ଅୟଲ ଫିଲ୍ଡ ନିକଟ ସମୁଦ୍ରରେ ଫଶି ଯାଇଛି। ଏହି ଜାହାଜରେ ୨୭୩ ଜଣ ଅଛନ୍ତି।  ଜାହାଜ ଓ ଏଥିରେ ଫଶି ରହିଥିବା ଲୋକଙ୍କ ଉଦ୍ଧାର ଲାଗି ଭାରତୀୟ ନୌସେନା ଜାହାଜ ଆଇଏନଏସ କୋଚ୍ଚି ଓ ତଲୱାର ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ମୁମ୍ବାଇରୁ ୧୭୫ କିଲୋମିଟର ଦୂର ହୀରା ଅଏଲ ପିଲ୍ଡସ୍ ନିକଟରେ ଏହି ଜାହାଜ ଅଟକିରହିଛି।

{"id":453757,"sizeSlug":"large","linkDestination":"none"}

ଆଇଏମଡିଙ୍କ ସୂଚନା ଅନୁଯାୟୀ ସୋମବାର ରାତି ୮ଟାରୁ ୧୧ଟା ମଧ୍ୟରେ ବାତ୍ୟା ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ଉପକୂଳ ଅତିକ୍ରମ କରିବ। ସେପଟେ ସାମ୍ଭବ୍ୟ ପ୍ରାକୃତିକ ବିପର୍ଯ୍ୟକୁ ନେଇ ମହାରାଷ୍ଟ୍ର ଓ ରାଜସ୍ଥାନରେ କଡ଼ା ସତର୍କତା ଅବଲମ୍ବନ କରାଯାଇଛି। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ବାତ୍ୟାର ପ୍ରକୋପ ଅନୁଭୂତ ହେବାରେ ଲାଗିଲାଣି। ଘଣ୍ଟାକୁ ୭୫ରୁ ୮୫ କିଲୋମିଟର ବେଗରେ ପବନ ସହ ବର୍ଷା ଲାଗି ରହିଥିବା ବେଳେ କେତେକ ସ୍ଥାନରେ ଗଛ ଉପୁଜି ପଡିଥିବା ଓ ଘର ଭାଙ୍ଗିବାର ସୂଚନା ଆସୁଛି। ତୈତେ ଆଗମନ ସହ ମହାରାଷ୍ଟ୍ରରେ ଏବେ ୨ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ହସ୍ତଗତ ହୋଇଛି। ଏଥିରେ ନଭି ମୁମ୍ବାଇରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡରେ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.