କର୍ଣ୍ଣାଟକ ଓ ଗୋଆରେ ସାମୁଦ୍ରିକ ବାତ୍ୟା ‘ତୌତେ’ର ତାଣ୍ଡବ, ବିଭିନ୍ନ ସ୍ଥାନରେ ୫ ମୃତ, ୭୩ ଗାଁ ପ୍ରଭାବିତ

Published By : Prameya-News7 Bureau | May 16, 2021 IST

ବେଙ୍ଗାଲୁର ୧୬।୫: ପୂର୍ବ-କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌତେ ଗତ ୨୪ ଘଣ୍ଟାରେ କର୍ଣ୍ଣାଟକ ଓ ଗୋଆରେ ବ୍ୟାପକ କ୍ଷୟକ୍ଷତି କରିଛି। ଝଡ଼ତୋଫାନ ଓ ବର୍ଷାରେ କର୍ଣ୍ଣାଟକର ଅଲଗା ଅଲଗା ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୩ଟି ଗାଁ ପ୍ରଭାବିତ ହୋଇଛି। ସେପଟେ ଗୋଆରେ ବାତ୍ୟା ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ଝଡ଼ବତାସରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ବିସ୍ତୃତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଗୋଆରେ ଗଛପଡିବାରୁ ଗୁରୁତର ଆହତ ଜଣେ ବ୍ୟକ୍ତିର ହସ୍ପିଟାଲରେ ମୃତ୍ୟୁ ହୋଇଛି। 

{"id":453344,"sizeSlug":"large","linkDestination":"none"}

କର୍ଣ୍ଣାଟକରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ବାତ୍ୟାର କ୍ଷୟକ୍ଷତି ଜାରି ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିପର୍ଯ୍ୟୟ ନିୟନ୍ତ୍ରଣର ଦାୟିତ୍ୱ ନିଜେ ସମ୍ଭାଳିଥିବା ବେଳେ ରବିବାର ମଧ୍ୟାହ୍ନରେ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟମାନଙ୍କ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ପରିସ୍ଥିତି ସମୀକ୍ଷା କରିଛନ୍ତି। ଭର୍ଚୁଆଲ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ସମସ୍ତ ପ୍ରଭାବିତ ରାଜ୍ୟଙ୍କୁ ଯଥା ସମ୍ଭବ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆବଶ୍ୟକପଡିଲେ ପ୍ରଭାବିତ ରାଜ୍ୟମାନଙ୍କୁ ଏନଡିଆରଏଫ ଅତିରିକ୍ତ ଟିମ୍‌ ପଠେଇବେ ବୋଲି ମଧ୍ୟ ଶାହ କହିଛନ୍ତି।

{"id":453345,"sizeSlug":"large","linkDestination":"none"}

ଏନଡିଆରଏଫ ବ୍ୟତୀତ ସମୁଦ୍ରରେ ନୌସେନା ଓ କୋଷ୍ଟ ଗାର୍ଡକୁ ସଜାଗ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହୋଇସାରିଥିବାର ସୂଚନା ଦେଇଛନ୍ତି। ଯାହା ମେ ୧୭ ତାରିଖ ସନ୍ଧ୍ୟାରେ ଗୁଜରାଟ ଉପକୂଳକୁ ପହଞ୍ଚୁଥିବା ବେଳେ ମେ ୧୮ ତାରିଖ ସକାଳେ ପୋରବନ୍ଦର ଓ ମହୁୱା ମଧ୍ୟରେ ଉପକୂଳକୁ ପ୍ରବେଶ କରିବ ବୋଲିପୂର୍ବାନୁମାନ କରିଛନ୍ତି। ସାମୁଦ୍ରିକ ଝଡ ଯୋଗୁ ଏହି ସମୟରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୦୦ରୁ ୧୭୫ କିଲୋମିଟର ରହିବ। ଏଣୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.