ଗୁଜରାଟରେ ତାଣ୍ଡବ କଲା ‘ତାଉତେ’: ବ୍ୟାପକ କ୍ଷୟକ୍ଷତି ସହ ପ୍ରବଳ ବର୍ଷା ପବନ, ଉପୁଡିଲା ଗଛ, ଭାଙ୍ଗିଲା ଟାଓ୍ୱାର

Published By : Prameya-News7 Bureau | May 18, 2021 IST

ଗୁଜରାଟ ୧୮/୫ : ଉପକୂଳ ଛୁଇଁଲା ସାମୁଦ୍ରିକ ଝଡ଼ ‘ତାଉତେ’ । ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ପବନ ବହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ବଡ ବଡ ଗଛ ସାଙ୍ଗକୁ ବିଦ୍ୟୁତ ଖୁଣ୍ଟ ଓ ମୋବାଇଲ ଟାୱାର ସବୁ ଭାଙ୍ଗି ରାସ୍ତାରେ ଉପରେ ପଡିରହିଛି । ଏବେ ମଧ୍ୟ ସେଠାରେ ବର୍ଷା ଲାଗିରହିଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟର ନିରାପଦ ସ୍ଥାନକୁ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଗୁଜରାଟରେ ପହଂଚିବା ପୂର୍ବରୁ ମହାରାଷ୍ଟ୍ରର ମୁମ୍ବାଇରେ ତାଣ୍ଡବ ରଚିଥିଲା ତାଉତେ । ଏଥିସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ରାଜ୍ୟରେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ପ୍ରାୟ ୬ ଜଣଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଛନ୍ତି ।

wp:html /wp:html

ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ତାଉତେ ପାଇଁ ଗୁଜରାଟରେ ଏହା ବଡ କ୍ଷତି । କାରଣ ବିଗତ ୨୩ ବର୍ଷ ମଧ୍ୟରେ ଏଭଳି କ୍ଷୟକ୍ଷତି ହୋଇ ନଥିଲା । ବାତ୍ୟା କାରଣରୁ ୨ଟି ବଡ଼ ଡଙ୍ଗାରେ ୪୧୦ ଜଣ ଲୋକ ଫସିଯାଇଥିଲେ, ଯାହାକୁ କି ଭାରତୀୟ ନୌସେନାର ୩ଟି ଜାହାଜ ଉଦ୍ଧାର କରିଥିଲେ । ଗୁଜୁରାଟ ସରକାର କହିଛନ୍ତି ଯେ ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ଗୁଜରାଟକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.