Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଅଧିକ ଶକ୍ତିଶାଳୀ ହେଉଛି ‘ତଉକତେ’: କେରଳରୁ ଗୁଜୁରାଟ ଯାଏଁ ହାଇଆଲର୍ଟ

16/05/2021 at 7:06 AM

ନୂଆଦିଲ୍ଲୀ ୧୬/୫: ଅଧିକ ସକ୍ରିୟ ହେବାର ଲାଗିଛି ବାତ୍ୟା ‘ତଉକତେ’ । ଏବେ ଏହା ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇଛି । ଛଅ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ମାଡି ଆସୁଛି । ଗୋଆର ଦକ୍ଷିଣରୁ ପ୍ରାୟ ୧୯୦ କିଲୋମିଟର ଏବଂ ମୁମ୍ବାଇ ଠାରୁ ୫୫୦ କିଲୋମିଟର ଦୂରରେ, ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ଭେରାଭାଲ୍ (ଗୁଜୁରାଟ) ଏବଂ କରାଚିରେ ଉତ୍ତର କେନ୍ଦ୍ରୀୟ ଆରବ ସାଗର ଉପକୂଳରେ ଏହା କେନ୍ଦ୍ରୀଭୂତ ହୋଇଛି ।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ବାତ୍ୟା ଅଗ୍ରସର ହେଉଛି । ‘ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକର ରୂପ ନେବ । ମେ’ ୧୮ ଅପରାହ୍ନରେ ପୋରବନ୍ଦର ଓ ନଲିଆ ମଧ୍ୟରେ ଗୁଜରାଟ ତଟରେ ବାତ୍ୟା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । IMD କହିଛି ଯେ ସେହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ମୁମ୍ବାଇ ଭଳି ସହର ଅଧିକ ପ୍ରଭାବିତ ହେବ ନାହିଁ ।

୧୭ ମେରେ ମୁମ୍ବାଇ ସମେତ ଉତ୍ତର କୋଙ୍କଣର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହେବ । IMD ବରିଷ୍ଠ ନିର୍ଦ୍ଦେଶକ ଶୁଭନୀ ଭୁଟେ କହିଛନ୍ତି ଯେ ରବିବାର ଅପରାହ୍ନରୁ ମହାରାଷ୍ଟ୍ରର ରାଜଧାନୀରେ ବର୍ଷା ହୋଇପାରେ । ବର୍ତ୍ତମାନ ଘୂର୍ଣ୍ଣିବଳୟ ଗୋଆଠାରୁ ୨୫୦ କିଲୋମିଟରେ ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବାତ୍ୟାର ମୁକାବିଲା ତଥା ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା ଏବଂ ବିଦ୍ୟୁତ୍, ଟେଲିକମ୍, ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts