Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗୁରଜାଟରେ ବାତ୍ୟା ତାଉତେର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୧୮୫ କିଲୋମିଟର ବେଗରେ ବହୁଛି ପବନ

17/05/2021 at 9:50 PM

ଅହମ୍ମଦାବାଦ ୧୭।୦୫: ସାମୁଦ୍ରିକ ବାତ୍ୟା ତାଉତେ ମୁମ୍ବାଇରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭୀଷଣ ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମୁହାଁଇଛି। ବାତ୍ୟା ରାଜ୍ୟର ଉତ୍ତର ଓ ଉତ୍ତର-ପଶ୍ଚିମ ଅଭିମୁଖେ ଗତି କରୁଛି। ଏହାରି ପ୍ରଭାବରେ ଘଣ୍ଟା ପ୍ରତି ୧୬୫ ରୁ ୧୮୫ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହୋଇ ଯାଇଛି। ସ୍ଥଳଭାଗ ଯେତିକି ପାଖଉଛି ଗୁଜରାଟରେ ବର୍ଷାର ପରିମାଣ ବଢିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍ ଓ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ୨ ଘଣ୍ଟା ଧରି ଏହାର ପ୍ରକ୍ରିୟା ଚାଲିବ। ଏହାର ପ୍ରଭାବରେ ବ୍ୟାପକ କ୍ଷତି ଘଟିବାର ଆଶଙ୍କା କରାଯାଉଛି। ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଗାନ୍ଧୀନଗର ରାଜ୍ୟ ନିୟନ୍ତ୍ରଣ କକ୍ଷ ପହଞ୍ଚି ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଢ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟା ତାଉତେ ପ୍ରଭାବରେ ସମୁଦ୍ର ଉଚ୍ଚଜୁଆର ଆସିବା ଆରମ୍ଭ ହୋଇ ଯାଇଛି। ସ୍ଥଳଭାଗ ଛୁଇଁବା ଅର୍ଥାତ ଲ୍ୟାଣ୍ଡଫଲ୍ ପରେ ଏହାର ପ୍ରକୋପ ଦୁଇ ଘଣ୍ଟା ଧରି ଜାରି ରହିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ରହିବ। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ପୋଲିସ, ଏନଡିଆରଏଫ, ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫ ଯବାନଙ୍କୁ ମୁତୟନ କରାଯାଇଛି। ରାଜ୍ୟର ସମସ୍ତ ବିଭାଗକୁ ଆଲର୍ଟ କରାଯାଇଛି। କୋଭିଡ୍ ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଣ୍ଟ୍ସ ଉପରେ ବିଶେଷ ନଜର ରଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଉତ୍ପନ ସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଗୁଜରାଟ ଓ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଡାମନ ଓ ଡିଉର ଉପ ରାଜ୍ୟପାଳଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ବାତ୍ୟା ପ୍ରଭାବରୁ ଗୁଜରାଟର ଅନେକ ଅଞ୍ଚଳରେ ଗଛ ଉପୁଡିବା ସହ ରାସ୍ତା ଧୋଇ ହୋଇ ଯାଇଛି। ଲୋକାଲ ଟ୍ରେନ ସେବା ପ୍ରଭାବିତ ହୋଇଛି।

 ବାତ୍ୟା ଗୁଜରାଟ ଛୁଇଁବା ପୂର୍ବରୁ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳ ଓ ଗୋଆରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ମୁମ୍ବାଇ ସହରର ଅନେକ ସ୍ଥାନରେ ଗଛ ଉପୁଡି ପଡିଛି। ପ୍ରବଳ ବର୍ଷା କାରଣରୁ ରାସ୍ତା ଉପରେ ପାଣିର ସୂଅ ଛୁଟୁଛି। ସହରର ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିଛି।

   Related Posts