ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ

Published By : Prameya-News7 Bureau | May 13, 2020 IST

ଭୁବନେଶ୍ବର ୧୩।୫ : ବଙ୍ଗୋପସାଗର ଭିତରେ ଦାନା ବାନ୍ଧୁଛି ବାତ୍ୟା । ଏହା ମେ ୧୬ତାରିଖରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନ ପାଖରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ-ମଧ୍ୟ ବଙ୍ଗୋପସାଗରରେ ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେବାର ଆଶଙ୍କା ରହିଛି ।

ସାମୁଦ୍ରିକ ଝଡ଼ ପ୍ରଥମେ ଉତ୍ତର ପଶ୍ଚିମ ଓ ପରେ ଉତ୍ତର ଓ ଉତ୍ତରପୂର୍ବ ଦିଗକୁ ଗତିକରିବ । ପରେ ୧୬ତାରିଖ ବେଳକୁ ଏହା ସାମୁଦ୍ରିକ ଝଡର ରୂପ ନେବାର ଆଶଙ୍କା ରହିଛି । ୧୭ତାରିଖ ବେଳକୁ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରାଯାଇଛି । ଏହା ପରେ ଏହି ସାମୁଦ୍ରିକ ଝଡ ରିକର୍ଭ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ବୋଲି ଆଶଙ୍କା ରହିଛି । ଏହା ଉପରେ ଭାରତୀୟ ପାଣିପାଗ ବିଭାଗ ନଜର ରିଖିଛି । ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବା ଆଇଆଏମ୍‌ଡି ମହାନିର୍ଦ୍ଦେଶକ କହିଛନ୍ତି । ତେବେ ବ୍ୟତ୍ୟା ଅଧିକ ଘନିଭୂତ ହେଲେ ସଠିକ୍ ଆକଳନ କରାଯାଇପାରିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.