ଘୂର୍ଣ୍ଣିବାତ୍ୟା ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ଆଇଏମଡି ମୁଖ୍ୟ

Published By : Prameya-News7 Bureau | June 08, 2019 IST

ନୂଆଦିଲ୍ଲୀ:  ଦେଶରେ ସାମୁଦ୍ରିକ ବାତ୍ୟା ବିଶେଷଜ୍ଞ ଭାବେ ଜଣାଶୁଣା ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ପର୍ସେନେଲ ଡିପାର୍ଟମେଣ୍ଟ ପକ୍ଷରୁ ଜାରୀ ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି।

{"id":121177}

 ନିକଟରେ  ପୁରୀ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିଥିବା ସାମୁଦ୍ରିକ ବାତ୍ୟା ‘ଫନି’ ର ମହାପାତ୍ର  ସଠିକ ପୂର୍ବାନୁମାନ କରିଥିଲେ । ଯେଉଁଥି ପାଇଁ ଉପକୂଳ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ହେଁ ସମୟ ପୂର୍ବର ସୂଚନା ପାଇଁ ଅନେକଙ୍କ  ଜୀବନ ରକ୍ଷା କରାଯାଇ ପାରିଛି। କେବଳ ଫନି ନୁହେଁ ମହାପାତ୍ର ଅତୀତରେ ଫେଲିନ(୨୦୧୩),ହୁଡହୁଡ(୨୦୧୪) ଓ ତିତଲି (୨୦୧୮)ର ସଠିକ ଆକଳନ କରିଥିଲେ ।

{"id":121178}

ବିଶେଷଜ୍ଞ ମହାପାତ୍ରଙ୍କୁ ଆଇଏମଡି ମେଟ୍ରୋଲଜିର ମହାନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଛି। ଏହି ପଦରେ ମହାପାତ୍ର ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ପାଣିପାଗ ବିଜ୍ଞାନର ମେଟ୍ରୋଲଜି ବିଭାଗ ଦେଶରେ ଜଳବାୟୁ ସମ୍ପର୍କିତ ପୂର୍ବାନୁମାନ କରିଥାନ୍ତି। ଏହି ବିଭାଗ ଘୂର୍ଣ୍ଣିବାତ୍ୟା, ଝଡ, ବର୍ଷା,ହୀମପାତ, ଶୀତ ଲହରି ଓ ଗ୍ରୀଷ୍ମଲହରୀ ସମ୍ପର୍କରେ ଲୋକଙ୍କୁ ଅଗ୍ରୀମ ସତର୍କତା ଜାରି କରିଥାନ୍ତି। ଆସନ୍ତା ଅଗଷ୍ଟମାସରେ ମହାପାତ୍ର ନୂଆ ପଦରେ କାର୍ଯ୍ୟାରମ୍ଭ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.