ଭଦ୍ରକ ୨୧।୫: ସମ୍ଭାବ୍ୟ ବାତ୍ୟାକୁ ନେଇ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରସ୍ତୁତି ଜୋରଦାର ହୋଇଛି । ସମୁଦ୍ର ତଟବର୍ତ୍ତି ଦୁଇଟି ବ୍ଲକ୍ ଚାନ୍ଦବାଲି ଓ ବାସୁଦେବପୁରରେ ସ୍ଥିତି ପରଖିଛନ୍ତି ଭଦ୍ରକ ଜିଲ୍ଲାପାଳ । ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ପରେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ଯାଞ୍ଚ କରାଯାଉଛି । ଅଗ୍ନିଶମ ବାହିନୀକୁ ମଧ୍ୟ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ଼ ପ୍ରୋଟକଲ ପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଅନ୍ୟ ଆନୁଷଙ୍ଗୀକ ବ୍ୟବସ୍ଥାକୁ ତଦାରଖ କରାଯାଇଛି ।
{"id":455236,"sizeSlug":"large","linkDestination":"none"}ତେବେ ଧାମନଗର ବ୍ଲକରେ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଧାମନଗର ବ୍ଲକର ୩୧ ପଞ୍ଚାୟତରେ ୫ଟି ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଛି । ତେବେ କରୋନା ପାଇଁ ଆଶ୍ରୟସ୍ଥଳୀରେ କମ୍ ସଂଖ୍ୟକ ଲୋକଙ୍କୁ ରଖାଯିବ । ଏଥିପାଇଁ ବ୍ଲକର ୮୭ଟି ବିଦ୍ୟାଳୟକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଉଛି । ଧାମନଗର ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ ନିଜେ ବିଦ୍ୟାଳୟ ଗୁଡିକର ସ୍ଥିତି ପରୀକ୍ଷା କରିଛନ୍ତି । ତେବେ ଶୁଖିଲା ଖାଦ୍ୟ , ପାଣି ସହ ଅନ୍ୟ ଆନୁଷଙ୍ଗୀକ ସୁବିଧା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ।