Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀର ୩୦ ହଜାର ଗଛ ଭାଙ୍ଗିଗଲା ପବନରେ, ଏବେ ଲଗାଯିବ ବାତ୍ୟା ସହନଶୀଳ ବୃକ୍ଷ

ଭୁବନେଶ୍ବର୨୨|୫: ଫୋନି ମାଡ​‌ରେ ଓ ଧ୍ବଂସ ବିଧ୍ବସ୍ତ ରାଜଧାନୀର ସବୁଜିମା।  ରାଜଧାନୀରୁ ଉଭାନ  ହୋଇଗଲା ଗଛ ଛାଇ । ଏଣିକି ରାଜଧାନୀରେ  ବାତ୍ୟା ସହନଶୀଳ ବୃକ୍ଷ ଲଗାଇବାକୁ ବ୍ଲୁ ପ୍ରିଣ୍ଟ ଆଙ୍କିଛି  ଜଙ୍ଗଲ ବିଭାଗ।

ଫୋନି ମାଡ​‌​‌ରେ  ଧରାଶାୟୀ ରାଜଧାନୀର  ସବୁଜିମା।   ଫୋନି ବାତ୍ୟା ପରେ  ଟାଙ୍ଗରା​ ହୋଇ ପଡିଛି ରାଜଧାନୀ। ଟାଇଁ ଟାଇଁ ଖରା ବେଳେ  ଗଛ ଛାଇ  ଉଭାନ କରିଦେଇଛି ବାତ୍ୟା ଫୋନି।  ଗଛ ଛାଇ ଟିକେ  ପାଇବା ମୁସ୍କିଲ ହୋଇ  ପଡିଛି।ଏଣିକି  ରାଜଧାନୀରେ  ଲାଗିବ ବାତ୍ୟା  ସହନଶୀଳ ଗଛ।  ବାତ୍ୟା ପବନରେ   ସହଜରେ ଭାଙ୍ଗ ଯାଉଥିବା ରାଧାଚୂଡା, କୃଷ୍ଣଚୂଡା, ଚାକୁଣ୍ଡା ପରିବର୍ତ୍ତେ କରଂଜ, ନିମ୍ବ, ଅଶୋକ, ସୁନାରୀ ଗଛ ଲଗାଇବାକୁ ଯୋଜନା କରିଛି  ବନ ବିଭାଗ।  ଅଧିକ ପବନ ସହନଶୀଳ ଗଛ ଲଗାଯିବ ବୋଲି କହିଛନ୍ତି ଜଙ୍ଗଲ ବିଭାଗ ସଚ୍ଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ସେପଟେ ରାଜ୍ୟରେ  ଲଗାତର ଭାବେ  ବଢି  ଚାଲିଛି ତାପମାତ୍ରା। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ   ଅସ୍ତବ୍ୟସ୍ତ ଜନ ଜୀବନ । ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଅବସରରେ  କ୍ଷୋଭ ପ୍ରକାଶ କରିଛନ୍ତି ପରିବେଶବିତ। ଆମ ଜୈବ ବିବିଧତା, ଆମ ଖାଦ୍ୟ,  ଆମ ସ୍ବାସ୍ଥ୍ୟ ଥିମରେ ପାଳିତ  ହୋଇଛି ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ରାଜଧାନୀ​‌ରେ  ବାତ୍ୟା ସହନଶୀଳ ଗଛ ଲଗାଇବାକୁ  ମଧ୍ୟ ପରାମର୍ଶ ଦେଇଛନ୍ତି ଓଡିଶା ଜୈବ ବିବିଧତା ବୋର୍ଡର ଉଭ୍ଭିଦବିତ।

ବାତ୍ୟାରେ ରାଜଧାନୀରେ  ୩୦ ହଜାର ଗଛ ପବନରେ  ଢଳି ଯାଇଛି।  ୫ ହଜାର ଗଛକୁ    ପୁନରୁଦ୍ଧାର କରାଯାଇସାରିଛି।    ଆଗାମି ଦିନରେ ରାଜଧାନୀ​‌ରେ ଅଧିକ ମାତ୍ରାରେ ବୃକ୍ଷ ରୋପଣ କରିବାର ଆବଶ୍ୟକତା ରହିଛି ।

223 Views

   ସମ୍ବନ୍ଧିତ ଖବର