ସାମୁଦ୍ରିକ ଝଡ ରାମୋନ୍‌ ଏବେ ଫିଲିପାଇନସ୍‌ ମୁହାଁ, କଳିଙ୍ଗା ସହ ଆପେୟାଓ ଓ ଇସ୍‌ବେଲାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | November 17, 2019 IST

ମାନିଲା - ଏବେ ସାମୁଦ୍ରିକ ଝଡ ରାମୋନ୍‌ ଏବେ ଫିଲିପାଇନସ୍‌ ଆଡକୁ ଗତି କରୁଛି । ଫିଲିପାଇନସ୍‌ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡରେ ପରିଣତ ହୋଇଛି । ନଭେମ୍ବର ୧୭ ଏ କାସିନଗୁରାନ ଅଞ୍ଚଳକୁ ୩୯୫ କିଲୋମିଟର ଦୂରରେ ଘନୀଭୂତ ହୋଇଥିଲା ।

ସମୁଦ୍ର ମଧ୍ୟରେ ଏହା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ଏବେ ଘଣ୍ଟା ପ୍ରତି ୬୫ରୁ ୮୦ କିଲୋମିଟର ବେଗରେ ପବନ ବହୁଛି ।

ଏହା ପ୍ରଭାବରେ ଫିଲିପାଇନସ୍‌ର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଫିଲିପାଇନସ୍‌ର ଇସାବେଲା , ଆପାୟୋଓ , କଲିଙ୍ଗା, ଆଲକୋସ୍‌ ନୋରଟେ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.