ବାତ୍ୟା ମୁକାବିଲା ପାଇଁ ସଜାଗ ଗଞ୍ଜାମ ପ୍ରଶାସନ : ଘୋଡାହାଡ଼ ଡ୍ୟାମରେ ବଢିଲା କଟକଣା

Published By : Prameya-News7 Bureau | May 23, 2021 IST

ସାନଖେମୁଣ୍ଡି ୨୩/୫ : ଆସୁଛି ବାତ୍ୟା । ବଙ୍ଗୋପସାଗରରୁ ମାଡ଼ି ଆସୁଥିବା ବାତ୍ୟା ‘ୟଶ୍’ର ଅତି ଭୀଷଣ କୋପରୁ ବର୍ତ୍ତିପାରେ ଓଡ଼ିଶା । ବଙ୍ଗୋପସାଗରରୁ ମାଡ଼ି ଆସୁଥିବା ବାତ୍ୟା ‘ୟଶ୍’ର ଅତି ଭୀଷଣ କୋପରୁ ବର୍ତ୍ତିପାରେ ଓଡ଼ିଶା । ଏହାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତଥାପି ପ୍ରଭାବିତ ହୋଇପାରେ ସମୁଦ୍ର ଉପକୂଳ ବର୍ତ୍ତି ଜିଲ୍ଲା । ମାତ୍ର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

wp:gallery {"ids":[456020],"linkTo":"none"} /wp:gallery

ଯାହାକୁ ଦୃଷ୍ଟି ରେ ରଖି ଗଞ୍ଜାମ ଜିଲ୍ଲା ଜଳ ସଂପଦ ବିଭାଗ ଦିଗପହଣ୍ଡି ଘୋଡାହାଡ଼ ଡ୍ୟାମ ଏବଂ ନୂଆଗଡ଼ ବାଘଲଟି ଡ୍ୟାମ କର୍ତ୍ତୃପକ୍ଷ ସର୍ତକ ସୂଚନା ଜାରି କରିଛନ୍ତି । ନଦୀ କୂଳିଆ ସମସ୍ତ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି ଯେ ସେମାନେ ଏପ୍ରତି ସାବଧାନ ରହିବେ ଓ ନିଜର ଗୃହପାଳିତ ପଶୁମାନଙ୍କୁ ମଧ୍ୟ ନଦୀ ଶଯ୍ୟାକୁ ଛାଡିବେ ନାହିଁ । ଏହି ସମୟରେ ନଦୀ ଗର୍ଭରେ କୌଣସି ପ୍ରକାର କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଭାବେ ନିଷେଧ ଅଟେ । ପ୍ରଶାସନ ଆପଣଙ୍କ ସହଯୋଗ କାମନା କରୁଅଛି । ନିର୍ଦ୍ଦେଶ ଅବମାନନା କରିବାଦ୍ବାରା ଯଦି କୌଣସି ଧନ ଜୀବନର ହାନି ଘଟେ ତାହାହେଲେ କତ୍ତୃ ପକ୍ଷ ଦାୟୀ ରହିବେ ନାହିଁ ସୂଚାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.