ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ପେଥାଇ’ ; ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

Published By : Prameya-News7 Bureau | December 17, 2018 IST

ଭୁବନେଶ୍ବର ୧୭|୧୨:  ଦକ୍ଷିଣ- ପଶ୍ଚିମ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ପେଥାଇ’ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏବେ ତାମିଲନାଡ଼ୁର ଚେନ୍ନାଇଠାରୁ ୨୬୦ କିମି, ଆନ୍ଧ୍ରର ମଚ୍ଛଲିପଟ୍ଟନମ୍ ଠାରୁ ୨୮୦ କି.ମି. ଓ କାକିନଡାଠାରୁ ୩୩୦ କି.ମି. ଦୂରରରେ ରହିଛି । ଏହା ଘଣ୍ଟାକୁ ୧୬ କିଲୋମିଟର ବେଗରେ ଆନ୍ଧ୍ରମୁହାଁ ହେଉଛି । ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡାରେ ଏହା ସ୍ଥଳଭାଗକୁ ଛୁଇଁବ। କିନ୍ତୁ ଏହା ପୂର୍ବରୁ ବାତ୍ୟା ଦୁର୍ବଳ ହୋଇଯିବ। ସ୍ଥଳଭାଗ ଛୁଇଁବା ପରେ ଏହା ଅବପାତରେ ପରିଣତ ହୋଇଯିବ। ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ ଉପରେ ଏହାର ପ୍ରଭାବ ପଡ଼ିବ । 

{"id":63371}

ବାତ୍ୟା ‘ପେଥାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆଜି ଏବଂ ଆସନ୍ତାକାଲି ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷା ହେବାର ଆକଳନ କରାଯାଇଛି । ତେବେ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ରହିଛନ୍ତି । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି ।

{"id":64429}

‘ପେଥାଇ’ ପାଇଁ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟାଜନିତ ବର୍ଷା ପ୍ରଭାବରେ ୧୮ତାରିଖ ପରଠାରୁ ରାଜ୍ୟରେ ରାତିରେ ତାପମାତ୍ରା କମିବ । ଏପରିକି ସର୍ବନିମ୍ନ ତାପମାତ୍ରା ତିନିରୁ ୪ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.