ଆସୁଛି ବାତ୍ୟା 'ପିଟର' : ସ୍ଥଳଭାଗଠୁ ୩୫୦ ମାଇଲ ଦୂରରେ ଘନୀଭୂତ, ପ୍ରବଳ ବର୍ଷା ଓ ବନ୍ୟା ନେଇ ଚେତାବନୀ

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ, ୨୦।୦୯ :  ବାତ୍ୟାର ରୂପ ନେଇଛି ପିଟର । ରବିବାର କାରବିଆନ ସାଗରର ପୂର୍ବରେ ଆଟଲାଣ୍ଡିକ୍ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପିଟର୍ ବାତ୍ୟାର ରୂପ ନେଇଛି । ଏହା ହେଉଛି ୨୦୨୧ରେ ଆଟଲାଣ୍ଟିକରେ ସୃଷ୍ଟି ହୋଇଥିବା ୧୬ତମ ବାତ୍ୟା । ପିଟର ଏବେ ଲିଓ୍ୱାର୍ଡ ଦ୍ୱୀପରୁ ୩୫୦ ମାଇଲ ଦୂରରେ ରହିଛି ।

ପାଣିପାଗ ବିଭାଗର କହିବାନୁସାରେ, କେନ୍ଦ୍ରୀଭୂତ ସ୍ଥଳରେ  ପବନର ବେଗ  ଘଣ୍ଟା ପ୍ରତି ୪୫ ମାଇଲ ରହିଛି । ଯାହା ଘଣ୍ଟା ପ୍ରତି ୧୭ ମାଇଲ ବେଗରେ ଉତ୍ତର ପଶ୍ଚିମ ଆଡେ ମୁହାଁଉଛି । ଧିରେଧିରେ ଏହା ସମୁଦ୍ରରେ ବଳ ଗୋଟାଉଛି । ଏହା ପୂର୍ବ ଆମେରିକାରେ ମାଡ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆମେରିକାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ବାତ୍ୟା ଫ୍ଲୋରିଡା ଆଡେ ମୁହାଁଇବ ନାହିଁ ବୋଲି ପାଣିପାଗବିତ ମାନେ ମତ ଦେଇଛନ୍ତି ।  ତେବେ ଏହା କେଉଁଠି ଓ କେବେ ଲ୍ୟାଣ୍ଡଫଲ୍ କରିବ ତାର ଚିତ୍ର ଅସ୍ପଷ୍ଟ ରହିଛି ।

ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ,  ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ । ଯାହା ଫଳରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ମଙ୍ଗଳବାର ମଧ୍ୟରେ ପୁଏରଟୋ ରିକୋ, ଭର୍ଜିନ ଆଇଲ୍ୟାଣ୍ଡରେ ବାତ୍ୟା ତାଣ୍ଡର ରଚିବ ।

କାନାଡା ହରିକେନ୍ ସେଣ୍ଟରର କହିବାନୁସାରେ, ପିଟର୍ ପୂର୍ବରୁ ଆଉ ଏକ ବାତ୍ୟା ଓଡିଟ୍ କାରଣରୁ ଶନିବାର ନ୍ୟୁ ଫାଉଣ୍ଡଲାଣ୍ଡ୍ ଓ ଲାବ୍ରାଡୋରରେ ପ୍ରବଳ ବର୍ଷା ହୋଇଥିଲା । ସୋମବାର ମଧ୍ୟ ଓଡିଟ୍ ପ୍ରଭାବରେ ବାତ୍ୟା ଜାରି ରହିଛି । ସୂଚନାଯୋଗ୍ୟ, ଅଗଷ୍ଟରୁ ନଭେମ୍ବର ମାସରେ ଆଟଲାଣ୍ଟିକ ମହାସାଗରରେ ଲଗାତର ବାତ୍ୟା ଆସିଥାଏ । ଯାହାର ପ୍ରଭାବରେ ଆମେରିକାର ବିଭିନ୍ନ ସହର ପ୍ରଭାବିତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.