ପୁଣି ଏକ ବାତ୍ୟା : ପାବୁକ୍ ନାଁ ରଖାଯାଇଥିବା ଏହି ସାମୁଦ୍ରିକ ଝଡବାତ୍ୟା ଏବେ ପୋର୍ଟ ବ୍ଲେୟାର ଠାରୁ ୧୫ ଶହ କିମି ଦୂରରେ; ଉପକୂଳବର୍ତ୍ତୀ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ସରକାର ନିର୍ଦ୍ଦେଶ

Published By : Prameya-News7 Bureau | January 03, 2019 IST

ପୁଣି ଏକ ବାତ୍ୟା । ଆଣ୍ଡାମାନ ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୁର୍ଣ୍ଣିଝଡ ବାତ୍ୟାର ରୂପ ନେବାକୁ ଯାଉଛି । ଏହା ପୋର୍ଟ ବ୍ଲେୟର ଠାରୁ ୧୫ ଶହ କିମି ଦୂରରେ ଥିବା ବେଳେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ୬ ତାରିଖ ରାତିରେ ଏହା ଆଣ୍ଡାମାନ ଉପକୂଳ ଅତିକ୍ରମ କରି ମିଆଁମାର ଉପକୂଳ ଛୁଇଁ ଧିରେଧିରେ ଦୂର୍ବଳ ହେବ । ତେବେ ଏହାର ପ୍ରଭାର ଓଡ଼ିଶା ଉପରେ ପଡିବାର ନାହିଁ । ତଥାପି ବି ଉପକୂଳବର୍ତ୍ତୀ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପେଟ ରାଜ୍ୟରେ ଥଣ୍ଡାର ପ୍ରକୋପ କମିବାର ନାଁ ନେଉନି । ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ୭ ତାରିଖ ଯାଏଁ ଜାଡରେ ଥରିବ ଓଡ଼ିଶା ।

ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା । ବଙ୍ଗୋପସାଗରର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଛି ଏହି ବାତ୍ୟା । ପାବୁକ୍‌ ନାଁ ରଖାଯାଇଥିବା ଏହି ସାମୁଦ୍ରିକ ଝଡବାତ୍ୟା ଏବେ ପୋର୍ଟ ବ୍ଲେୟାର ଠାରୁ ୧୫ ଶହ କିମି ଦୂର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରିଭୂତ ହୋଇଛି । ଏହା ଧିରେଧିରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ୬ ତାରିଖ ରାତିରେ ଆଣ୍ଡାମାନ ଦ୍ବିପପୂଞ୍ଜ ଅତିକ୍ରମ କରିବା ସହ ମିଆଁମାର ଉପକୂଳ ଛୁଇଁବା ସମ୍ଭାବନା ରହିଛି  । ପରେ ଏହା ଦୁର୍ବଳ ହେବ । ତେବେ ଏହି ଝଡବାତ୍ୟା ଓଡ଼ିଶା ଉପକୂଳରେ କୌଣସି ପ୍ରଭାବ ପକାଇବ ନାହିଁ । ତେବେ ବାଲେଶ୍ବର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ରାଜ୍ୟରେ କିନ୍ତୁ ଶୀତ କମୁନି। ପୂରା ଜାଡ଼ରେ ଥରୁଛି ଓଡ଼ିଶା। ୭ତାରିଖ ପର୍ଯ୍ୟନ୍ତ ଥଣ୍ଡାରୁ ତ୍ରାହି ନାହିଁ। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି। ଭୋର ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଟିଟିଲାଗଡର ସର୍ବନିମ୍ନ ତାପମାତ୍ରା ୬.୫ଡିଗ୍ରୀ ଛୁଇଁଥିବା ବେଳେ କନ୍ଧମାଳର ଦାରିଙ୍ଗିବାଡି ଓ ଫୁଲବାଣୀ, କୋରାପୁଟର ଲମତାପୁଟ ସମେତ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ଜାରି ରହିଛି। ଚାରିଆଡେ ଘନ କୁହୁଡି, କିଛି ସ୍ଥାନରେ ତୁଷାରପାତ ଯୋଗୁ ସ୍ଥିତି ସାଂଘାତିକ ହୋଇ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.