Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ଏବର୍ଷ ପ୍ରକୃତି ହେବ ଭୟଙ୍କର, ‘ଆକ୍ୟୁ ଓ୍ୱେଦର’ର ଆକଳନ : ଆସିବ ୧୦ରୁ ଅଧିକ ଝଡବାତ୍ୟା, ୩ରୁ ୫ ଦେଖାଇବେ କରାଳ ରୂପ

2/04/2021 at 1:17 PM

ନ୍ୟୁୟର୍କ, ୦୨।୦୪:    ଆଗକୁ ଆସୁଛି ଘନ ଘନ ବାତ୍ୟା ଓ ଝଡ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଣ୍ଡବ ରଚିବ ପ୍ରକୃତି । ଏନେଇ ପୂର୍ବାନୁମାନ କରିଛି ଆକ୍ୟୁ ଓ୍ୱେଦର । ବେସରକାରୀ ପାଣିପାଗ ସୂଚନା କେନ୍ଦ୍ର ଆକ୍ୟୁ ଓ୍ୱେଦରର ଏହି ଅନୁମାନ ଆତଙ୍କ ଖେଳାଇ ଦେଇଛି ।

ଆକ୍ୟୁ ଓ୍ୱେଦରର ରିପୋର୍ଟ ଅନୁସାରେ, ଚଳିତ ବର୍ଷ ୭ରୁ ୧୦ଟି ହରିକେନ୍ ବା ଝଡବାତ୍ୟା ଆସିବାର ସମ୍ଭାବନା ରହିଛି । ଏହାମଧ୍ୟରୁ ୩ରୁ ୫ଟି ଅତ୍ୟନ୍ତ ଭୟଙ୍କର ହେବ । ଅର୍ଥାତ ତାଣ୍ଡବ ରଚିବ । ବିପର୍ଯ୍ୟୟ ଘଟାଇବ । ଅର୍ଥାତ ପବନର ବେଗ ୨୦୦ କିମିରୁ ଅଧିକ ରହିବ । ବଡ ବଡ ବଡ ଉପୁଡିବା ସହ ବ୍ୟାପକ ଧ୍ୱଂସ ଲୀଳା କରିବ ।

ଆକ୍ୟୁ ଓ୍ୱେଦରର ବିଶେଷଜ୍ଞ ଡ୍ୟାନ୍ କୋଟଲୋସ୍କି କହିଛନ୍ତି ଯେ, ଆମେରିକାରେ ଏହି ସବୁ ଝଡ ବାତ୍ୟାର ପ୍ରଭାବ ଅଧିକ ରହିବ । ଗତ ବର୍ଷ ଭଳି ମଧ୍ୟ ଏହି ସବୁ ଝଡ ବାତ୍ୟା ଆମେରିକାରେ ତାଣ୍ଡବ ରଚିବ  । ଗତବର୍ଷ ପ୍ରାୟ ୩୦ଟି ଝଡ ଆସିଥିଲା । ଯାହା ମଧ୍ୟରୁ ୧୩ଟି ହରିକେନ୍ ଥିଲା । ଏହାମଧ୍ୟରୁ ୧୨ଟି ଆମେରିକାରେ ସିଧାସଳଖ ମାଡ ହୋଇଥିଲା । ଆମେରିକାର ଅନେକ ସହର ଜଳର୍ଣ୍ଣବ ହେବା ସହ ବ୍ୟାପକ କ୍ଷତକ୍ଷତି ମଧ୍ୟ ହୋଇଥିଲା ।

କିନ୍ତୁ ଚଳିତ ଥର ଆମେରିକା  ଉପକୂଳ ପ୍ରତି ବିପଦ ଅଧିକ ରହିଛି । କାରଣ ବର୍ମୁଡା ଟ୍ରାଙ୍ଗେଲ ଅଞ୍ଚଳରେ ଅଧିକ ଗୁରୁଚାପ ବଳୟ ରହିଛି । ଯାହା ଗତବର୍ଷ ଗଲ୍ଫ୍ ଓ ମେକ୍ସିକୋରେ ରହିଥିଲା । ଚଳିତ ବର୍ଷ ଗୁରୁଚାପ ବଳୟ ବର୍ମୁଡା ଟ୍ରାଙ୍ଗେଲ ଅଞ୍ଚଳରୁ ଉତ୍ତରପୂର୍ବ ଆଡକୁ ମୁହାଁଇପାରେ । ଫଳରେ ଏହା ଆମେରିକାର ଉପକୂଳରେ ମାଡ ହେବ ।

ସୂଚନାଯୋଗ୍ୟ, ହରିକେନ୍ ସିଜିନ୍ ବା ଋତୁ ଜୁନ ୧ରୁ ଆରମ୍ଭ ହୋଇଥାଏ । ତେବେ ଏହି ତାରିଖ ମେକୁ ପରିବର୍ତ୍ତନ ନେଇ ଆଲୋଚନା ହେଉଛି । ଗତ କିଛିବର୍ଷ ହେବ ଆମେରିକା ଅନେକ ବଡବଡ ହରିକେନର ସାମ୍ନା କରୁଛି ।

   Related Posts