Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ତାମିଲନାଡୁ-ପୁଡୁଚେରୀ ଉପକୂଳକୁ ମୁହାଁଇଛି ଘୂର୍ଣ୍ଣିବାତ୍ୟା ‘ନିଭାର’, ବହୁଛି ୧୨୦-୧୩୦ କିମି ବେଗରେ ବତାସ, ଟ୍ରେନ ଓ ବିମାନ ସେବା ବାତିଲ

25/11/2020 at 9:06 PM

ଚେନ୍ନାଇ ୨୫।୧୧: ବର୍ଷର ଦ୍ୱିତୀୟ ଭୟଙ୍କର ବାତ୍ୟା ‘ନିଭାର’ ଏବେ ଉପକୂଳକୁ ମୁହାଁଇଛି। ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉପକୂଳକୁ ମୁହାଁଥିବା ଏହି ଘୂର୍ଣ୍ଣିବାତ୍ୟାର ସ୍ଥଳଭାଗକୁ ପ୍ରବେଶ ପ୍ରକ୍ରିୟା ବୁଧବାର ରାତି ୨ଟାରୁ ଆରମ୍ଭ ହେବ। ଏଣୁ ଏବେଠୁ କ୍ରମଶଃ ଝଡ଼ ବତାସ ବଢିବାରେ ଲାଗିଥିବା ବେଳେ କେତେକ ସ୍ଥାନରେ ଘଣ୍ଟା ପ୍ରତି ୧୨୦-୧୩୦ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଛି। ଏହା ପୂର୍ବରୁ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା’ଅମ୍ଫାନ’ ଗତ ମେ ମାସ ୨୧ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ଭୂ-ଭାଗ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥିଲା।

ଘୂର୍ଣ୍ଣିବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଲହରୀ ଉଠୁଥିବା ବେଳେ ଟ୍ରେନ୍‌ ଓ ବିମାନ ଚଳାଚଳ ବାତିଲ କରିଦିଆଯାଇଛି। ଘୂର୍ଣ୍ଣିବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ଗୁରୁବାର ଚେନ୍ନାଇ ସମେତ ଭେଲ୍ଲୋର, କୁଡ୍ଡାଲୁର, ବିଲ୍ଲୁପୁରମ, ନାଗାପଟ୍ଟିନମ, ତିରୁବରୁର, ଚେଙ୍ଗୋଲପେଟ ଓ କାଞ୍ଚୀପୁରମ ସମେତ ୧୩ ଜିଲ୍ଲାରେ ସାର୍ବଜନିକ ଛୁଟି ଘୋଷଣା କରିଛନ୍ତି।

ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ବାତ୍ୟା କରାଇକଲ ଓ ମାମଲ୍ଲାପୁରମ ମଧ୍ୟରେ ଭୂ-ଭାଗକୁ ପ୍ରବେଶ କରିବ। ବାତ୍ୟା ଏବେ ଭୟଙ୍କର ରୂପ ଧାରଣ କରିସାରିଥିବା ବେଳେ ଆଗାମୀ ୬ ଘଣ୍ଟାରେ ସ୍ଥଳଭାଗକୁ ପ୍ରବେଶ କରିବ। ସାମୁଦ୍ରିକ ଝଡ ଉପକୂଳ ପ୍ରବେଶ ପରେ ମଧ୍ୟ ଏହାର ପ୍ରଭାବରେ ଆଗାମୀ ୨ ଦିନ ଧରି ବର୍ଷା ଲାଗି ରହିବ। କେଉଁଠି କେଉଁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛନ୍ତି।   

   Related Posts