ବାତ୍ୟା ନିସର୍ଗ ପ୍ରଭାବ : ରାୟଗଡ଼ରେ ଉଡ଼ିଗଲା ଘରର ଆଜବେଷ୍ଟ

Published By : Prameya-News7 Bureau | June 03, 2020 IST

ମୁମ୍ବାଇ ୦୩/୦୬ : ଆସନ୍ନ ବାତ୍ୟାକୁ ନେଇ ସରକାରଙ୍କ ତରଫରୁ ହୋଇଥିବା ପ୍ରସ୍ତୁତିକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଟ୍ୱିଟ କରିଛନ୍ତି ଯେ ମୁମ୍ବାଇ ଅତିରିକ୍ତ ଥାନେ, ପାଲଘର, ରାୟଗଡ଼, ରତ୍ନଗିରି ଓ ସିନ୍ଧୁଗିରିରେ ଚେତାବନୀ ଜାରି କରାଯାଇଛି | ମୁମ୍ବାଇ ପାଣିପାଗ ବିଭାଗର ଉପ ମହାନିର୍ଦେଶକ କେ.ଏସ.ହୋସଲିକର ଟ୍ୱିଟ କରି କହିଛନ୍ତି ଯେ, ସାମୁଦ୍ରିକ ଝଡ ମହାରାଷ୍ଟ୍ର ଓ ହରିହରେଶ୍ଵର ଏବଂ ଦମନ ମଧ୍ୟରେ ଅଲିବାଗ ନିକଟରେ ଦକ୍ଷିଣ ଗୁଜରାଟରୁ ବୁଧବାର ଦିନ ଅତିକ୍ରମ କରିବ ଏବଂ ଏତିକିବେଳେ ପବନର ଗତି ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିମି ରହିବ |

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ୧୧ ଏନଡିଆରଏଫ ଟିମକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ନିୟୋଜିତ କରାଯାଇଛି | ରତ୍ନଗିରି ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି | ପବନରେ କିଛି ଘରର ଆଜବେଷ୍ଟ ଉଡି ଯାଇଥିବା ଦେଖିବାକୁ ମିଳିଛି | ଗୁଜରାଟ ଭାବିନଗର ଜିଲ୍ଲାରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି | ପବନରେ ବିଜୁଳି ଖୁଣ୍ଟ ଉପୁଡି ପଡିଛି | ଗୋଆରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି | ବୁଧବାର ସକାଳେ ପାଖାପାଖି ୯ଟା ସମୟରେ ଭୀଷଣ ବର୍ଷା ହୋଇଥିଲା | କିଛି ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.