Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଉଗ୍ର ରୂପ ନେଉଛି ବାତ୍ୟା ‘ନିସର୍ଗ’ : ଗୁଜରାଟ୍ ମହାରାଷ୍ଟ୍ରରେ ଏନଡିଆରଏଫର ୩୩ ଟିମ୍ ନିୟୋଜିତ, ମୁମ୍ବାଇରେ ହାଇ ଆଲର୍ଟ

2/06/2020 at 2:53 PM

ମୁମ୍ବାଇ/ ଅହମଦାବାଦ ୦୨/୦୬ : ମହାରାଷ୍ଟ୍ର ଓ ଗୁଜରାଟରେ ବାତ୍ୟା ନିସର୍ଗ ଉଗ୍ର ରୂପ ଧାରଣ କରିଛି | ଉଭୟ ରାଜ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଏନଡିଆରଏଫର ୩୩ ଟିମ ନିୟୋଜିତ କରାଯାଇଛି | ମହାରାଷ୍ଟ୍ର ତଟବର୍ତ୍ତୀ ଅଞ୍ଚଳରେ ୧୧ଟି ଏନଡିଆରଏଫ ଟିମ ନିୟୋଜିତ ଅଛନ୍ତି | ଭାରତୀୟ ପାଣିପାଗ ବିଭାଗ ଆଇଏମଡି ବାତ୍ୟା ନିସର୍ଗର ତୀବ୍ରତାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି | ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ଗୁଜରାଟ ତଟବର୍ତ୍ତୀ ଅଞ୍ଚଳରୁ ଏବେ ସୁଦ୍ଧା ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି |

ସୂଚନା ଅନୁଯାୟୀ, ଏକ ଭିଡିଓ ମେସେଜ ଜରିଆରେ ଏନଡିଆରଏଫର ସାଧାରଣ ସମ୍ପାଦକ ଏସଏନ ପ୍ରଧାନ କହିଛନ୍ତି ଯେ, ଆରବ ସାଗରରେ ବଡ ବଡ ଜୁଆର ଉଠୁଛି | ଗୁଜରାଟକୁ ୧୦ଟି ଟିମ ପଠାଯାଇଛି | ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଆହୁରି ୫ଟି ଏନଡିଆରଏଫ ଟିମ ପଠାଇବାକୁ କହିଛନ୍ତି | ଗୁଜରାଟକୁ ମୋଟ ୧୭ ଟିମ ପଠାଯିବ ବୋଲି ସେ କହିଛନ୍ତି | ମହାରାଷ୍ଟ୍ରରେ ଏବେ ସୁଦ୍ଧା ୬ଟି ସ୍ଟାନ୍ଡ ବାୟ ଟିମ ସହ ୧୬ ଟିମ ପଠାଯାଇଛି | ଜୁନ ୩ ତାରିଖ ସୁଦ୍ଧା ବାତ୍ୟା ସମୁଦ୍ର ଉପକୂଳ ଛୁଇଁବାର ସମ୍ଭାବନା ରହିଛି | 

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବର୍ତ୍ତମାନ ବାତ୍ୟା ଘଣ୍ଟା ପ୍ରତି୧୧ କିମି ବେଗରେ ଗତି କରୁଛି | ବର୍ତ୍ତମାନ ନିସର୍ଗ ଗୋଆର ଦକ୍ଷିଣ-ପଶ୍ଚିମରୁ ପଶ୍ଚିମରେ ୨୮୦ କିମି ଦୂରରେ ରହିଛି | ମୁମ୍ବାଇ ଉପକୂଳରୁ ଦକ୍ଷିଣ-ପଶ୍ଚିମରୁ ୪୯୦ କିମି ଦୂରରେ ରହିଛି | ଗୁଜରାଟ ସୁରଟରୁ ବର୍ତ୍ତମାନ ୭୧୦ କିମି ଦୂରରେ ରହିଛି | ଜୁନ ୩ ତାରିଖ ସୁଦ୍ଧା ହରିହରେଶ୍ବର (ରାୟଗଡ଼, ମହାରାଷ୍ଟ୍ର) ଏବଂ ଦମନ ମଝିରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ କୁଳକୁ ପାର କରିବ |

   Related Posts