Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

୧୦୦ କିମି ବେଗରେ ସ୍ଥଳଭାଗ ଛୁଇଁବ ବାତ୍ୟା ନିସର୍ଗ ! ପାଲଘରରୁ ୨୧ ହଜାର ସ୍ଥାନାନ୍ତର, ଅନେକ ଅଞ୍ଚଳ ରେଡ୍ ଆଲର୍ଟରେ

2/06/2020 at 9:45 PM

ମୁମ୍ବାଇ/ଅହମ୍ମଦାବାଦ ୦୨।୦୬: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବାତ୍ୟା ନିସର୍ଗ ଉଗ୍ର ରୂପ ଧାରଣ କରିଛି। ବାତ୍ୟା ଜୁନ ୩ରେ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଓ ଗୁଜରାଟ ଉଭୟ ରାଜ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଏନଡିଆରଏଫର ୩୩ ଟିମ୍‌ ମୁତୟନ କରାଯାଇଛି। ମହାରାଷ୍ଟ୍ର ତଟବର୍ତ୍ତୀ ଅଞ୍ଚଳରେ ୧୧ ଟିମ୍‌କୁ ନିୟୋଜିତ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ନିସର୍ଗର ତ୍ରୀବତାକୁ ଦେଖି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳର ଜିଲ୍ଲାଗୁଡିକ ପାଇଁ ଆଲର୍ଟ ଜାରି କରିଛି। ଅନ୍ୟପକ୍ଷେ ବାତ୍ୟା ନିସର୍ଗକୁ ଦୃଷ୍ଟିରେ ରଖି ଗୁଜରାଟ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ଏବେ ସୁଦ୍ଧା ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପୁଣେ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ ବାତ୍ୟା ନିସର୍ଗ ବୁଧବାର ଅଲିବାଗ ପହଞ୍ଚିପାରେ। ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ୧୦୦ କିମି ରହିପାରେ। ଏହା ସହିତ ପାଲଘର, ପୁଣେ, ଠାଣେ, ମୁମ୍ବାଇ, ରାୟଗଢ, ଧୁଲେ ଓ ନନ୍ଦୁରବାର, ନାସିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗ ବାତ୍ୟା ନେଇ ପୁର୍ବାନୁମାନ ଓ ଓ୍ଵାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗ ପାଲଘର, ମୁମ୍ବାଇ ଓ ଠାଣେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହି ତିନୋଟି ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି କରାଯାଇଛି।

ପାଣିପାଗ  ବିଭାଗ ଅନୁଯାୟୀ ବର୍ତ୍ତମାନ ବାତ୍ୟା ନିସର୍ଗ ଘଣ୍ଟା ପ୍ରତି ୧୧ କିଲୋ ମିଟର ବେଗରେ ଗତି କରୁଛି। ଏହି ସମୟରେ ବାତ୍ୟା ଗୋଆର ପଶ୍ଚିମ-ଦକ୍ଷିଣ ପଶ୍ଚିମଠୁ ୨୮୦ କିମି ଦୂରରେ ରହିଛି। ମୁମ୍ବାଇ କୂଳରୁ ଦକ୍ଷିଣ-ପଶ୍ଚିମରେ ୪୯୦ କିମି ଦୂରରେ ବାତ୍ୟା ରହିଛି। ଏହା ବ୍ୟତୀତ ଗୁଜରାଟର ସୁଟରରୁ ୭୧୦ କିମି ଦୂରରେ ରହିଛି।

ପାଣିପାଗ ବିଭାଗ ଅନୁଯାୟୀ ଜୁନ୍ ୬ ପର୍ଯ୍ୟନ୍ତ ମହାରାଷ୍ଟ୍ର ଏବଂ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ। ବାତ୍ୟା ନିସର୍ଗକୁ ଦୃଷ୍ଟିରେ ରଖି ଗୁଜରାଟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ୧୦୫ ରୁ ୧୧୫ କିଲୋମିଟର ବେଗରେ ବହିପାରେ।

   Related Posts