Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||

ମେ’ ରେ ପୁଣି ଘାରିଲା ବାତ୍ୟା ଭୟ, ୧୯ରେ ଛୁଇଁବ ଓଡିଶା !

14/05/2020 at 7:48 AM

ଭୁବନେଶ୍ବର ୧୪।୫: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ଏହାପରେ ଆହୁରି ଘନୀଭୂତ ହୋଇ ଭୀଷଣ କିମ୍ବା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ।

ଓଡ଼ିଶାକୁ ମୁହାଁଇପାରେ ବାତ୍ୟା । ଏଥର ବି ମେ’ ମାସରେ ବାତ୍ୟା ଆଶଙ୍କା ଘନେଇଲାଣି । ଆସନ୍ତା ୧୯ ତାରିଖ ବେଳକୁ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ କିମ୍ବା ଉପକୂଳ ପାଖରେ ଘଷି ହୋଇଯାଇପାରେ । ଯଦି ଏମିତି ହୁଏ, ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ରହିପାରେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି, ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ଆସନ୍ତା ୧୫ ତାରିଖ ବେଳକୁ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବ ।  ଆସନ୍ତା ୧୬ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହାର ଗତି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ରହିବ । ପରେ ଏହା ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବକୁ ମୁହାଁଇବ । ଏହି ବାତ୍ୟା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେଇପାରେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟିର ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ବିଭିନ୍ନ ପାଣିପାଗ ମଡେଲକୁ ଅନୁଧ୍ୟାନ କରି ପୂର୍ବାନୁମାନ କରିଛନ୍ତି ଯେ ବାତ୍ୟା ସମୁଦ୍ର ଭିତରେ ଦୁଇଦିନ ରହିବ । ତେଣୁ ଅଧିକ ଘନୀଭୂତ ହେବ । ସମ୍ଭାବ୍ୟ ବାତ୍ୟା ଭୀଷଣ କିମ୍ବା ଅତି ଭୀଷଣ ରୂପ ନେଇପାରେ । ଏହାର ଗତି ପ୍ରଥମେ ଉତ୍ତର- ପଶ୍ଚିମ ଓ ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ରହିବ ବୋଲି ଆଇଏମଡି ଆକଳନ କରିଛି । ଯଦି ଏହି ଗତି ଜାରି ରହେ, ତେବେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ପାଖକୁ ଆସିପାରେ । ୧୮ ତାରିଖବେଳକୁ ଏହା ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ ।

ତେବେ ୧୯ ତାରିଖରେ ଏହା ଓଡ଼ିଶା ଉପକୂଳ ଛୁଇଁପାରେ । ନଚେତ୍‌ ଓଡ଼ିଶା ଉପକୂଳରେ ଘଷି ହୋଇ ବାଲେଶ୍ୱର ପାଖ ପଶ୍ଚିମବଙ୍ଗରେ ପ୍ରବେଶ କରିପାରେ । ସାମାନ୍ୟ ଦିଗ ବଦଳିଲେ ବାତ୍ୟା ପଶ୍ଚିମବଙ୍ଗ ପାଖ ଦେଇ ବାଂଲାଦେଶ ମଧ୍ୟ ଯାଇପାରେ । ତେବେ ଓଡ଼ିଶାରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବ। ଯଦି ବାତ୍ୟା ଓଡ଼ିଶା ଉପକୂଳ ପାଖକୁ ଆସେ କିମ୍ବା ସ୍ଥଳଭାଗକୁ ପ୍ରବେଶ କରେ, ତେବେ ଘଣ୍ଟା ପ୍ରତି ୧୨୦ କିମି ବେଗରେ ପବନ ବହିପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି ।

   Related Posts