ସାଇକ୍ଲୋନ ‘ମହା’ ଅପଡେଟ୍, ମହାରାଷ୍ଟ୍ରରେ ବନ୍ୟା ଭଳି ପରିସ୍ଥିତି, ଏବେ ଗୁଜରାଟ ମୁହାଁଇଛି ଝଡ

Published By : Prameya-News7 Bureau | November 02, 2019 IST

ମୁମ୍ବାଇ :  ପୂର୍ବ-ମଧ୍ୟ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବାତ୍ୟା  ‘ମହା’ ଏବେ ଘଣ୍ଟାପ୍ରତି ୨୪  କିଲୋମିଟର ବେଗରେ ଗତି କରୁଛି। ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ରବିବାର ଓ ସୋମବାର ସୁଦ୍ଧା ପୂର୍ବ ଓ ଉତ୍ତର-ପୂର୍ବ ଦିଗକୁ ଗତି କରି ଦକ୍ଷିଣ ଗୁଜରାଟ ଆଡକୁ ମୁହାଁଇବ। ତେବେ ଶନିବାର ବାତ୍ୟା ‘ମହା’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ର ନାସିକ୍ ରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି।

{"id":178208}

କେବଳ ନାସିକ୍ ନୁହେଁ ମନମାଡ ଓ ମାଲେଗାଁଓରେ ଏବେ ରାସ୍ତାଘାଟ  ପାଣିରେ ବୁଡିଯାଇଥିବା ଜଣାପଡିଛି। ପାଣିପାଗ ବିଭାଗଙ୍କ ସୂଚନା ଅନୁସାରେ ଗତ ୬ ଘଣ୍ଟା ହେଲା ‘ମହା’ ପ୍ରତି ଘଣ୍ଟା ୨୪ କିଲୋମିଟର ବେଗରେ ପଶ୍ଚିମ ଓ ଦକ୍ଷିଣ ପଶ୍ଟିମ ଦିଗରେ ଗତିକରୁଛି। ଯାହା  ଆଗାମୀ ୧୨ଘଣ୍ଟାରେ ଦୁର୍ବଳ ହେବା ସହ ଏକ ଲଘୁଚାପ ଖେତ୍ରରେ ପରିଣତ ହୋଇପାରେ । ଘୂର୍ଣ୍ଣିବାତ୍ୟା ମହା ଦୁର୍ବଳ ହେବା ସହ ଉତ୍ତର ଆଣ୍ଡାମାନ ଆକାଶରେ ପୁଣି ଏକ ନିମ୍ନଚାପ ବଳୟ ସୃଷ୍ଟି ହେବ।

{"id":178209}

ତେବେ ମହା ଯୋଗୁ ଶୁକ୍ରବାର ତାମିଲନାଡୁ ମଦୁରାଇରେ ଭିଷଣ ବର୍ଷା ଯୋଗୁ ବେଗଇ ନଦୀରେ ବନ୍ୟା ଆସିଛି। ତେବେ କେରଳ ଓ କର୍ଣ୍ଣାଟକ ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ସୂଚନା ମିଳିଛି। ତେବେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଲକ୍ଷାଦ୍ୱୀପ ଉପକୂଳରେ ମତ୍ସଜୀବିଙ୍କୁ ସମୁଦ୍ରକୁ ନ ଯିବା ଲାଗି ପାଣିପାଗ ବିଭାଗ ସତର୍କ କରାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.