Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ମାଡି ଆସୁଛି ବାତ୍ୟା ‘ଲାରୀ’ : ଘଣ୍ଟା ପ୍ରତି ୧୩୫ କିମି ବେଗରେ ବହିବ ପବନ, ସତର୍କ ସୂଚନା ଜାରି କଲା ପ୍ରଶାସନ

11/09/2021 at 9:38 AM

କାନାଡା, ୧୧।୦୯ :  ମାଡି ଆସୁଛି ଭୟଙ୍କର ବାତ୍ୟା । ଆଟଲାଣ୍ଟିକ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ମାଡି ଆସୁଛି । ଶୁକ୍ରବାର ଅପରାହ୍ନରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡେ ମୁହାଁଉଥିବା ସୂଚନା ମିଳିଛି ।

ବାତ୍ୟା ‘ଲାରୀ’ ଗୁରୁବାର ବରମୁଡା ଅତିକ୍ରମ କରିଥିଲା । ଆକ୍ୟୁ ଓ୍ୱେଦରର ରିପୋର୍ଟ ଅନୁସାରେ, ଏହା ଭାରତୀୟ ସମୟ ଅନସାରେ ଶନିବାର ରାତିରେ ଆଟଲାଣ୍ଟିକ୍ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବ । ଏହାର ପ୍ରଭାବରେ ଭୀଷଣ ପବନ ଓ ବର୍ଷା ହେବ । ଏବେଠାରୁ କାନାଡର କିଛି ସ୍ଥାନରେ ପବନ ଓ ବର୍ଷା ଆରମ୍ଭ ହୋଇଗଲାଣି ।ଏହା ଧିରେଧିରେ ପୂର୍ବ ଉପକୂଳରେ ପ୍ରଭାବ ପକାଇବ । ବାତ୍ୟାକୁ ନଜରରେ ରଖି କାନାଡା ହରିକେନ୍ ସେଣ୍ଟର ସତର୍କ ସୂଚନା ଜାରି କରିଛି । ଦକ୍ଷିଣ ପୂର୍ବ ନ୍ୟୁଫାଉଣ୍ଡବର୍ଗର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।  

ତେବେ ଲାରୀ ଶୁକ୍ରବାରଠୁ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ପୂର୍ବରୁ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିଲା । କିନ୍ତୁ ଏବେ ୧୩୦ କିମି ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ଏହା କାନାଡା ଉପକୂଳଠୁ ୧୩୫ କିମି ଦୂରରେ ଥିଲା । ଏହା ଘଣ୍ଟା ପ୍ରତି ୪୭ କିମି ବେଗରେ ଉପକୂଳ ଆଡେ ମୁହାଁଉଚି ।

ବରମୁଡା ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୬୫ କିମି ରହିଥିଲା । ପରେ ଏହା ଧିରେଧିରେ କମିଥିଲା । କିନ୍ତୁ ଏବେବି କାନାଡା ଉପକୂଳରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଗାଧୋଇବା ଓ ମାଛ ଧରିବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି ।

ଆକ୍ୟୁ ଓ୍ୱେଦର ବରିଷ୍ଠ ଗବେଷକ ରବ୍ ମିଲର କହିଛନ୍ତି ଯେ, କିଛି ଦିନରେ ବାତ୍ୟାର ପ୍ରଭାବ କମିଯିବ । ଲ୍ୟାଣ୍ଡଫଳ ବେଳେ ପବନର ବେଗ ଅଧିକ ରହୁଥିବାକୁ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି ।

   Related Posts