Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଉଗ୍ର ହେଉଛି ଘୂର୍ଣ୍ଣିବାତ୍ୟା ‘କ୍ୟାର’, ଘଣ୍ଟାପ୍ରତି ୧୧୦ କିମି ପବନ ସହ ବଢୁଛି ବିପଦ

26/10/2019 at 3:30 PM

ନୂଆଦିଲ୍ଲୀ : ମହାରାଷ୍ଟ୍ର ଉପକୂଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘କ୍ୟାର’ ଏବେ ଗୁରୁତର ରୂପ ଧାରଣ କରିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲା ରତ୍ନଗିରି, ସିନ୍ଧୁ ଦୁର୍ଗ ଓ ରାୟଗଡ ଲାଗି ବିପଦ ଘନେଇବାକୁ ଲାଗିଛି। ବାତ୍ୟା ଯୋଗୁ ପଶ୍ଚିମ ଉପକୂଳରେ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ଝଡ ବତାସ ସହ ବର୍ଷା ଆଶଙ୍କା କରାଯାଉଛି।

କ୍ୟାରା ପ୍ରଭାବରେ ମହାରାଷ୍ଟ୍ର ଉପକୂଳରେ ଅନଭୂତ ହେବାକୁ ଲାଗିଲାଣି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପବନର ବେଗ ବି ବଢିବାରେ ଲାଗିଛି।କ୍ରମଶଃ ବାତ୍ୟା ଭୟାନକ  ରୂପ ଧାରଣ କରିବ ବୋଲିଆଇ ଏମଡି ଆଶଙ୍କା କରୁଥିବା ବେଳେ ଉପକୂଳବର୍ତ୍ତି ଅଞ୍ଚଳରେ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି। ଆଇଏମଡିଙ୍କ ପୂର୍ବାନୁମାନ ଅନୁସାରେ ପାଲଘର ଜିଲ୍ଲା କଲେକ୍ଟର ମତ୍ସ୍ୟଜୀବିଙ୍କୁ ସମୁଦ୍ରକୂଳକୁ ନ ଯିବା ଲାଗି ପରାମର୍ଶ ଦେଇଛନ୍ତି। ଉତ୍ତର କର୍ଣ୍ଣାଟକ ଓ ଗୋଆ ଉପକୁଳ ମଧ୍ୟ ବାତ୍ୟା କ୍ୟାର ପ୍ରଭାବିତ କରିବ।

ସେପଟେ ସମୁଦ୍ରକୁ ଯାଇଥିବା ପ୍ରାୟ ୧ହଜାର ୪୧୧ଟି ନୌକା ଏବେ ଉପକୁଳକୁ ଫେରିଆସିଥିବା ପାଲଘର କଲେକ୍ଟର ସୂଚନା ଦେଇଛନ୍ତି। ସେହିପରି ଖାଲୁଆ ଅଞ୍ଚଳ ଓ ଅସୁରକ୍ଷିତ ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ପରାମର୍ଶ ଦିଆଯାଇଥିବା ଜଣାପଡିଛି।  

   Related Posts