Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଚୀନ୍ ହେନାନରେ ସାମୁଦ୍ରିକ ବାତ୍ୟା ‘କୋମ୍ପାସୁ’ର ତାଣ୍ଡବ, ଘଣ୍ଟାପ୍ରତି ୧୧୮ କିଲୋମିଟର ବେଗରେ ବହିଲା ପବନ

14/10/2021 at 3:44 PM

କିୟୋନଘଇ ୧୪।୧୦:  ସାମୁଦ୍ରିକ ବାତ୍ୟା ‘କୋମ୍ପାସୁ’ ଦକ୍ଷିଣ ଚୀନ୍‌ ଦ୍ୱୀପ ପ୍ରଦେଶ ହେନାନରେ ତାଣ୍ଡବ ରଚିଛି। ବୁଧବାର ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍‌ରେ ଘୂର୍ଣ୍ଣିବାତ୍ୟା କିୟୋନଘଇ ସହରର ବୋଆଓ ଟାଉନସିପ୍‌ ନିକଟରେ ସ୍ଥଳଭାଗ ଛୁଇଁଥିଲା। ଭୂ-ଭାଗକୁ ଆସିବା ପରେ ଘୂର୍ଣ୍ଣିବାତ୍ୟା କ୍ରମଶଃ ଦୁର୍ବଳ ହୋଇଯାଇଛି। ତେବେ ସମୁଦ୍ରରୁ ସ୍ଥଳଭାଗକୁ ପହଞ୍ଚିବା ପୂର୍ବରୁ ବର୍ଷା ସାଙ୍ଗକୁ ବତାସ ତାଣ୍ଡବ ରଚିଥିଲା। ଘଣ୍ଟା ପ୍ରତି ୧୧୮.୮ କିଲୋମିଟର ବେଗରେ ପବନ ସମଗ୍ର ଉପକୂଳକୁ ଅସ୍ତବ୍ୟସ୍ତ କରିପକାଇଥିଲା।

କୋମ୍ପାସୁ ଗୁରୁବାର ସକାଳେ ବେଇବୁ ଉପସାଗରରେ ପ୍ରବେଶ କରିଛି। ଏହାର ପ୍ରଭାବରେ ସମଗ୍ର ଉପକୂଳରେ ବର୍ଷା ଲାଗି ରହିଥିବା ବେଳେ ପବନ ମଧ୍ୟ ବହୁଛି। ଏଣୁ ବାତ୍ୟାକୁ ନଜରରେ ରଖି ହେନନ ପ୍ରାନ୍ତର ସବୁ ବିମାନ ବନ୍ଦରରୁ ଉଡାଣ ଓ ଅବତରଣ ବାତିଲ କରାଯାଇଥିଲା। ଏହା ଛଡା ହାଇସ୍ପିଡ ରେଳ ବାତିଲ କରାଯିବା ସହ ଗୁଆଙ୍ଗଡୋଙ୍ଗ ପ୍ରୋଭିନ୍ସକୁ ସଂଯୁକ୍ତ କରୁଥିବା କିୟୋଙ୍ଗଜୋ ଷ୍ଟ୍ରେଟ୍‌ ବନ୍ଦରକୁ ସାମୟିକ ବନ୍ଦ ଘୋଷଣା କରାଯାଇଥିଲା।

ବାତ୍ୟା ହେନନ ସମେତ ଗୁଆଙ୍ଗଝୋଉ ପ୍ରାନ୍ତକୁ ମଧ୍ୟ ପ୍ରଭାବିତ କରିଛି। ଏଣୁ ସତର୍କତା ସ୍ୱରୂପ ସ୍କୁଲ, କିଣ୍ଡରଗାର୍ଟନ, ପର୍ଯ୍ୟଚନସ୍ଥଳ ଆଦି ବନ୍ଦ ଘୋଷଣା କରାଯାଇଥିଲା। ଗୁଆଙ୍ଗଝୋ ଭଳି ସେନଝେନ ଓ ଫୋସାନରେ ମଧ୍ୟ ବାତ୍ୟା ଅନୁଭୂତ ହୋଇଛି। କୋମ୍ପାସୁ ଯୋଗୁ ବିଭିନ୍ନ ସ୍ଥାନରେ ୨୧ ଜଣ ଆହତ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଥିବାର ସୂଚନା ଆସୁଛି। ପ୍ରଭାବିତ କ୍ଷେତ୍ର ସହ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ କ୍ଷୟକ୍ଷତି ନେଇ ବିସ୍ତୃତ ସୂଚନା ମିଳିପାରି ନାହିଁ।  

   Related Posts