Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଫିଲପାଇନ୍ସରେ ବଢୁଛି ସାମୁଦ୍ରିକ ବାତ୍ୟା ‘କୋମ୍ପାସୁ’ ମୃତ୍ୟୁ ସଂଖ୍ୟା, ମିଳିଲାଣି ୨୨ ଶବ

17/10/2021 at 6:19 PM

ମାନିଲା : ଫିଲପାଇନ୍ସ ସରକାର ଘୂର୍ଣ୍ଣିବାତ୍ୟା କୋମ୍ପାସୁ ଯୋଗୁ ଅନୁନ୍ୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ପୁଷ୍ଟି କରିଛନ୍ତି। ଏବେବି ୧୬ ଜଣ ନିଖୋଜ ଅଛନ୍ତି। ଏଣୁ ହୁଏତ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ନ୍ୟାସନାଲ ଡିଜାଷ୍ଟର ରିସ୍କ ରିଡକ୍ସନ ଏଣ୍ଡ ମ୍ୟାନେଜମେଣ୍ଟ କାଉନସିଲ (ଏନଡିଆରଆରଏମସି)ଙ୍କ ଆକଳନ ଅନୁସାରେ ଏହି ସଂଖ୍ୟା ୩୯ ହୋଇପାରେ।

ଫିଲପାଇନ୍ସ ଉପକୂଳରେ ସାମୁଦ୍ରିକ ବାତ୍ୟା କୋମ୍ପାସୁ ଗତ ମଙ୍ଗଳବାତ ତାଣ୍ଡବ ରଚିଥିଲା। ସାମୁଦ୍ରିକ ବାତ୍ୟା ଭୂ-ଭାଗକୁ ପହଞ୍ଚିବା ପରେ ଝଡ ଓ ବର୍ଷା ତାଣ୍ଡବ ରଚିଥିଲା। ଫଳରେ ଅଚାନକ ବନ୍ୟା ଓ ଭୂ-ସ୍ଖଳନ ହୋଇଥିଲା। ତେବେ ବାତ୍ୟା ତାଣ୍ଡବ ରଚିବା ପୂର୍ବରୁ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଅନୁନ୍ୟ ୨ହଜାର ଲୋକଙ୍କୁ ସରକାର ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଫଳରେ ବଡ଼ ଧରଣର ଜୀବନହାନୀକୁ ଟଳାଯାଇପାରିଛି। ବାତ୍ୟାରେ ଉତ୍ତର ଫିଲପାଇନ୍ସ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

ବାତ୍ୟାରେ ସମ୍ପୂର୍ଣ୍ଣ ଚାଷ ଉଜୁଡି ଯାଇଥିବା ବେଳେ କେବଳ କୃଷି ଜନିତ କ୍ଷତିପରିମାଣ ୩.୯ କୋଟି ଡଲାରକୁ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ଗତ ସୋମବାର କୋମ୍ପାସୁ ଫିଲପାଇନ୍ସକୁ ମୁହାଁଇଥିଲା। ଏହା ଥିଲା ଚଳିତବର୍ଷର ୧୩ତମ ସାମୁଦ୍ରିକ ବାତ୍ୟା। ଯେଉଁଥିରେ ଦେଶ ଗୁରୁତର ପ୍ରଭାବିତ ହୋଇଥିବା କୁହାଯାଇଛି।  

   Related Posts