ମାଡି ଆସୁଛି ‘ଜଓ୍ବାଦ’, ପୁରୀ ଜିଲ୍ଲା ଉପକୂଳରେ ଛୁଇଁପାରେ ସ୍ଥଳଭାଗ : ସତର୍କ କଲେ SRC

Published By : Prameya-News7 Bureau | December 03, 2021 IST

ଭୁବନେଶ୍ବର ୩।୧୨: ପୁରୀ ଜିଲ୍ଲା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନା ରହିଛି । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୮ରୁ ୧୦ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ପୁରୀ ଜିଲ୍ଲାର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ପବନର ବେଗ ସର୍ବାଧିକ ୧୦୦ କି.ମି. ରହିପାରେ ।

ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ପୁରୀ, କେନ୍ଦ୍ରାପଡାରେ ବାତ୍ୟାର ପ୍ରଭାବ ରହିବ । ଶୁକ୍ରବାର ମଧ୍ୟରାତ୍ରିରେ ବର୍ଷାର ପରିମାଣ ବଢିବ । ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ପବନର ବେଗ ଅଧିକ ରହିବ । ଦୁଇ ଦିନ ପାଇଁ ପିଇବା ପାଣି ସଂଗ୍ରହ କରି ରଖିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟା ପ୍ରତି ୯୦ରୁ ୧୦୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.